କିଏ ନେବ ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ୱ ?

ଦୀର୍ଘ ଦିନ ଧରି ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ଗତକାଲି ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଦେଇଛନ୍ତି। ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ହାସିନାଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବେ ? କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ? ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର କିଏ ନେବ ଦାୟିତ୍ୱ ? ବର୍ତ୍ତମାନ ଅନେକ ନେତାଙ୍କ ନାଁ ଏବେ ସାମ୍ନାକୁ ଆସୁଛି। ପ୍ରଧାନମନ୍ତ୍ରୀ ଙ୍କ ରେସରେ ରେ ଏବେ ସବୁଠାରୁ ଆଗରେ ଅଛନ୍ତି ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ବିରୋଧୀ ଛାତ୍ର ସଂଗଠନର ନେତା ମଧ୍ୟବର୍ତ୍ତିକାଳୀନ ସରକାରର ନେତୃତ୍ୱ ନେବାକୁ ତାଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାସହ ଛାତ୍ର ସଙ୍ଗଠନ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ସେପଟେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜିୟା ଖାଲେଦା ଙ୍କ ନାମ ସାମ୍ନାକୁ ଆସିଛି । ଗତକାଲି ହାସିନା ଦେଶ ଛାଡିବା ପରେ ଖାଲେଦା ଜିୟାଙ୍କୁ ଜେଲରୁ ମୁକ୍ତି ପାଇଁ ଆଦେଶ ଦେଇଛନ୍ତି ରାଷ୍ଟ୍ରପତି।

୧୯୯୧ରେ ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଥିଲେ ଖାଲେଦା। ସେ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ ତୁଲାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ୨୦୧୮ରେ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଥିଲା । ଏହାଛଡା ଏହି ରେସରେ ମଧ୍ୟ ଅଛନ୍ତି ଶଫିକୁର ରେହମାନ। ବର୍ତ୍ତମାନ ସେ ବାଂଲାଦେଶ ଜମାତ-ଏ-ଇସଲାମି ର ମୁଖ୍ୟ ଅଛନ୍ତି। ତାଙ୍କପରେ ଆଉ ଜଣେ ପ୍ରଧାନମନ୍ତ୍ରୀ ଦାବିଦାର ହେଉଛନ୍ତି ଜିଏମ୍ କାଦର। ବର୍ତ୍ତମାନ ସେ ବାଂଲାଦେଶ ସଂସଦରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟରତ ଅଛନ୍ତି । ଏହା ପୂର୍ବରୁ ସେ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ବାଣିଜ୍ୟ, ବେସାମରିକ ବିମାନ ଚଳାଚଳ ଓ ପର୍ଯ୍ୟଟନ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ । ଏମାନଙ୍କ ସହ ଚର୍ଚ୍ଚାରେ ମଧ୍ୟ ଅଛନ୍ତି ଖାଲେଦା ଜିୟାଙ୍କ ବଡ଼ ପୁଅ ତାରିକ୍ ରେହମାନ। ସେ ବର୍ତ୍ତମାନ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି। ସେହିପରି ଶେଖ ହସିନାଙ୍କ ବଡ଼ ପୁଅ ସଜିବ ୱାଜେଦଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଜଣେ ଡିଜିଟାଲ ପରାମର୍ଶଦାତା ଭାବରେ ସେ ଦେଶରେ ଇଣ୍ଟରନେଟ ସେବାକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ବିଦେଶରେ ରହି ତାଙ୍କ ପ୍ରଶାସନକୁ ସମର୍ଥନ କରିଥାନ୍ତି ।

Leave a Reply

Your email address will not be published. Required fields are marked *