ରାଜ୍ୟରୁ ହଟିଲା ୫ଟି ଓ ମୋ ସରକାର

ଭୁବନେଶ୍ବର: ଆସିଲା ବଡ ଖବର। ରାଜ୍ୟରେ ମୋହନ ସରକାରଙ୍କ ବଡ ନିଷ୍ପତ୍ତି। ବର୍ତ୍ତମାନ ସମସ୍ତ ସରକାରୀ ବାବୁଙ୍କ ଉପରୁ ହଟିଲା ୫ଟି । ଏଥିସହ ରାଜ୍ୟରୁ ସମ୍ପୂର୍ଣ ଭାବରେ ହଟାଯାଇଛି ମୋ ସରକାର। ରାଜ୍ୟର କ, ଖ, ଗ ବର୍ଗର କର୍ମଚାରୀଙ୍କ ଉପରୁ ହଟିଲା ୫ଟି। ବର୍ତ୍ତମାନ ୫ଟି ଚାର୍ଟରକୁ ହଟାଇଛନ୍ତି ରାଜ୍ୟ ସରକାର। କର୍ମଚାରୀଙ୍କ ଗୁପ୍ତ ଚରିତ୍ର ପଞ୍ଜିକାରୁ ହଟାଗଲା ଫାଇଭ୍ -ଟି ଚାର୍ଟର । ଏ ସମ୍ପର୍କରେ ଆଜି ଜିଏ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯-୨୦ ପୂର୍ବରୁ ପ୍ରଚଳିତ ଫର୍ମାଟକୁ ପୁନଶ୍ଚ ରାଜ୍ୟରେ ପ୍ରଚଳନ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଏବେ ୫ଟି ର କୌଣସି ଆବଶ୍ୟକତା ନଥିବା ଦର୍ଶାଇ ହଟା ଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *