ତଦନ୍ତ ହେବ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ଖର୍ଚ୍ଚ

ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାର ଆସିବା ପରେ ଏବେ ପୂର୍ବ ସରକାର ର ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି। ଦୀର୍ଘ ଚବିଶ ବର୍ଷ ଶାସନରେ ରହି ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଲୁଟି ନେଇଯାଇଛନ୍ତି ବିଜେଡି ର ନେତା ମାନେ । ଏବେ ପୁଣି ଚର୍ଚ୍ଚାରେ ପାଣ୍ଡିଆନ ଏବଂପାଣ୍ଡିଆନ ଙ୍କ ହେଲିକପ୍ଟର ଗସ୍ତ । ବର୍ତ୍ତମାନ ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟରରେ ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ , ଖୁବଶୀଘ୍ର ପାଣ୍ଡିଆନ ଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଆରମ୍ଭ ହେବ ଏବଂ ଏନେଇ ଖୁବ ଶୀଘ୍ର ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବର୍ତ୍ତମାନ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି। ଆମ ସରକାର ଏ କଥା ଉପରେ ସମ୍ପୂର୍ଣ ଭାବରେ ନଜର ରଖିଛନ୍ତି। ଆମ ସରକାର ରାଜ୍ୟରେ ଶୂନ୍ୟ ଦୁର୍ନୀତି ନୀତିକୁ ଆପଣାଇ ଆଗକୁ ଚାଲିଛି । ରାଜ୍ୟରେ ଦୁର୍ନୀତିକୁ ସରକାର ଆଉ ବରଦାସ୍ତ କରିବେ ନାହିଁ। ଭି.କେ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତରେ କୋଟି କୋଟି ଟଙ୍କାର ଖର୍ଚ୍ଚ ହୋଇଥିବାର ଅଭିଯୋଗ ରହିଛି। ୨୦୨୩ ରୁ ୨୦୨୪ ଭିତରେ ପ୍ରାୟ ୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିବାର ଅଭିଯୋଗ ହୋଇଛି। ନିର୍ବାଚନ ପୂର୍ବରୁ ପାଣ୍ଡିଆନ ବିଭିନ୍ନ ଜିଲ୍ଲା ଗୁଡିକୁ ହେଲିକପ୍ଟରରେ ଗସ୍ତ କରୁଥିଲେ । ଏହି ଗସ୍ତ ଖର୍ଚ୍ଚ ରାଜ୍ୟ ରାଜକୋଷରୁ ହିଁ ଭରଣା କରାଯାଉଥିଲା। ଏହା ସହିତ ପାଣ୍ଡିଆନ ଙ୍କ ଗସ୍ତ ପାଇଁ ପ୍ରତି ବ୍ଲକରେ ମଧ୍ୟ ହେଲିପ୍ୟାଡ୍ ତିଆରି ହେଉଥିଲା।

Leave a Reply

Your email address will not be published. Required fields are marked *