ପୁଣି ଚମକିବେ ନୀରଜ

ନୂଆଦିଲ୍ଲୀ : ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ ୮୯.୪୫ ମିଟର ଜାଭେଲିନ୍ ଥ୍ରୋ କରି ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଆଥଲେଟ୍ ନୀରଜ ଚୋପ୍ରା ଖୁବ୍ ଶୀଘ୍ର ପୁଣି ଥରେ ନଜର ଆସିବେ । ଆଘାତ ଜନିତ କାରଣରୁ ସମ୍ପୂର୍ଣ୍ଣ ଫର୍ମରେ ନଥିବା ବୟାନ ଦେଇଥିବା ନୀରଜ ଆସନ୍ତା ଅଗଷ୍ଟ ୨୨ରେ ହେବାକୁ ଥିବା ଲୁସାନେ ଡାଇମଣ୍ଡ ଲିଗ୍ ରେ ଭାଗ ନେଉଥିବା ସୂଚନା ମିଳିଛି। ପ୍ୟାରିସ୍ ଅଲିମ୍ପିକ୍ସ ସମୟରେ ନୀରଜ କହିଥିଲେ ଯେ ସେ ବେଲଜିୟମର ବ୍ରସେଲ୍ସରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ର ଫାଇନାଲରେ ଖେଳିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସ୍ୱିଜରଲାଣ୍ଡରେ ଥିବା ନୀରଜ ତାଙ୍କ ପ୍ରତିକ୍ରିୟାରେ ଏଏନଆଇକୁ କହିଛନ୍ତି ଯେ ସେ ଆସନ୍ତା ଅଗଷ୍ଟ ୨୨ ରେ ଲୁସାନେରେ ହେବାକୁ ଥିବା ଡାଇମଣ୍ଡ ଲିଗ୍ ର ଫାଇନାଲରେ ଭାଗ ନେବାକୁ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *