ଶାଶୁଙ୍କ ଦାବି: ମୋ ଜ୍ୱାଇଁକୁ ଫାଶୀ ଦିଅ

କୋଲକାତା: କୋଲକାତା ଦୁଷ୍କର୍ମ ମାମଲାକୁ ନେଇ ବର୍ତ୍ତମାନ ସାରା ଦେଶରେ ନିଆଁ ଜଳୁଛି। ଏହି ମାମଲାକୁ ନେଇ ଦେଶରେ ମଧ୍ୟ ରାଜନୀତି ସରଗରମ ରହିଛି। ବିଜେପି ପଶ୍ଚିମବଙ୍ଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେପଟେ ଇଣ୍ଡିଆ ମେଣ୍ଟର ନେତାମାନେ ବିଜେପି ଏହାକୁ ନେଇ ରାଜନୀତି କରୁଛି ବୋଲି ଅଭିଯୋଗ କରୁଛନ୍ତି। ଅନ୍ୟପଟେ କୋଲକାତା ଆର୍‌ଜି କର୍‌ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟର ଖୁଲାସା ହେଉଛି। ଏହାକୁ ନେଇ ବର୍ତ୍ତମାନ ପୂରା ଦେଶରେ ଅସନ୍ତୋଷ ସହ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ଏହାର ଜୋରଦାର ବିରୋଧ ପ୍ରନର୍ଶନ କରୁଛନ୍ତି। । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହାରି ଭିତରେ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ସଞ୍ଜ ରୟକୁ ଫାଶୀ ଦିଆଯାଉ ବୋଲି ତାଙ୍କ ଶାଶୁ ଦାବି କରିଛନ୍ତି । ଅଭିଯୁକ୍ତ ସଞ୍ଜୟ ରୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି, ‘ସଞ୍ଜୟ ସହିତ ଆମର ସମ୍ପର୍କ ଭଲ ନ ଥିଲା। ସେ ଆମ ଝିଅ ସହ ମଧ୍ୟ କେବେ ବି ଭଲ ବ୍ୟବହାର କରୁନଥିଲା ବରଂ ସବୁବେଳେ ତା ପ୍ରତି ଅସଦାଚରଣ କରୁଥିଲା । ଅନେକ ସମୟରେ ମୋ ଝିଅ କୁ ସେ ମାଡ ମାରୁଥିବା ସହ ମୋ ଝିଅ ୩ ମାସର ଗର୍ଭବତୀ ଥିବାବେଳେ ତା’ର ଗର୍ଭପାତ କରାଇ ଦେଇଥିଲା । ଏବଂ ତା ବିରୋଧରେ ପୁଲିସରେ ଅଭିଯୋଗ ମଧ୍ୟ କରାଯାଇଥିଲା। ଏହାସହ ସେ ପୂର୍ବରୁ ଆଉ ଜଣଙ୍କୁ ମଧ୍ୟ ବିବାହ କରିଥିବା ବେଳେ ମୋ ଝିଅ କୁ ଦ୍ୱିତୀୟ ବିବାହ କରିଥିଲା। ସଞ୍ଜୟ ରାୟ ଆଦୌ ଜଣେ ଭଲ ବ୍ୟକ୍ତି ନୁହେଁ। ତାକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ଏବଂ ଏହି ଘଟଣାରେ ସଞ୍ଜୟ ଏକା ନୁହେଁ ବରଂ ଏକାଧିକ ଲୋକଙ୍କର ସମ୍ପୃକ୍ତି ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *