ବଦଳିଲା କାଳିଆ ଯୋଜନାର ନାଁ

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଆସିଲା ଏକ ଖୁସି ଖବର। ଚାଷୀଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଏଣିକି ରାଜ୍ୟରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ ଯୋଜନା । ଚାଷୀ ମାନଙ୍କୁ ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା । ଏହାଛଡା ଭୂମିହୀନ ଚାଷୀଙ୍କୁ ମଧ୍ୟ ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା । ପୂର୍ବରୁ ବିଜେଡି ସରକାର ଆରମ୍ଭ କରିଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରି ନୂଆ ସରକାର ଏହାକୁ ସିଏମ୍ କିଷାନ ଯୋଜନା ନାମରେ ନାମିତ କରିଛନ୍ତି । ଆଜି ଗୃହରେ ବାଲେଶ୍ୱର ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖି ଏଭଳି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହାଛଡା ଖୁବ୍‌ ଶୀଘ୍ର ରାଜ୍ୟରେ ଲାଗୁ କରାଯିବ ଏହି ସିଏମ୍ କିଷାନ ଯୋଜନା । ଯେଉଁ ଯୋଗ୍ୟ ହିତାଧିକାରୀ ମାନେ ପିଏମ୍ କିଷାନ ଯୋଜନାରୁ ବାଦ୍‌ ପଡିଯାଇଥିବେ ସେହି ଚାଷୀ ମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି । ସିଏମ୍ କିଷାନ ପୋର୍ଟାଲରେ ମଧ୍ୟ ଯୋଗ୍ୟ ହିତାଧିକାରୀ ମାନେ ମଧ୍ୟ ଆବେଦନ କରିପାରିବେ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *