ଗଣମାଧ୍ୟମ ଉପରେ ରକ୍ତଚାଉଳ ଚୋବାଉଛି ଟିଏମସି

କୋଲକାତା : କୋଲକାତାରେ ୩୧ ବର୍ଷୀୟା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଚାରିଆଡୁ ସମାଲୋଚନା ଏବଂ ଚାପର ଶିକାର ହେବାପରେ ଏବେ ସମସ୍ତ ରାଗ ଗଣମାଧ୍ୟମ ଉପରେ ସୁଝାଇଛନ୍ତି ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ। ତିନୋଟି ଜାତୀୟ ଗଣମାଧ୍ୟମ ସଂସ୍ଥା ଯଥା ଏବିପି ଆନନ୍ଦ, ଟିଭି-୯ ଭାରତବର୍ଷ ଏବଂ ରିପବ୍ଲିକକୁ ବଙ୍ଗଳା ବିରୋଧୀ କହି କୋଲକାତାରେ ବୟକଟ କରିଛି ଟିଏମସି । ଏହି ୩ଟି ଚ୍ୟାନେଲ ହିନ୍ଦୀ ସହିତ ବଙ୍ଗଳା ଭାଷାରେ ମଧ୍ୟ ନିଜର ମିଡିଆ ସଂସ୍ଥା ଜାରି ରଖିଛନ୍ତି । ବୟକଟ କରାଯାଇଥିବା ଏହିସବୁ ଟିଭି ଚ୍ୟାନେଲ୍ ଗୁଡିକର ବିତର୍କକୁ ନିଜର ମୁଖପାତ୍ର ମାନଙ୍କୁ ନ ପଠାଇବାକୁ ଟିଏମସି ଚରମ ନିଷ୍ପତ୍ତି ନେଇଛି।

Leave a Reply

Your email address will not be published. Required fields are marked *