ବିବାଦ ଘେରରେ NETFLIX

ନୂଆଦିଲ୍ଲୀ : ନେଟଫ୍ଲିକସର ନୂଆ ୱେବ୍ ସିରିଜ୍ ‘IC814′ କୁ ନେଇ ଏବେ ଅଡୁଆ ବଢିଛି। ଏହି ନୂଆ ୱେବ୍ ସିରିଜ୍ ପାଇଁ ଭାରତରେ ଥିବା ନେଟଫ୍ଲିକ୍ସ ମୁଖ୍ୟ ମୋନିକା ସେରଗିଲ୍‌ଙ୍କୁ ନୋଟିସ୍ କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ। ୧୯୯୯ ମସିହାରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ସେତେବେଳେ ଏହି ଅପହରଣରେ ‘ହରକତ୍ ଉଲ୍ଲ ମୁଜାହିଦ୍ଦିନ୍’ ର ୫ ଜଣ ଆତଙ୍କବାଦୀ ସାମିଲ ଥିଲେ। ସେମାନେ ହେଲେ ଇବ୍ରାହିମ୍ ଆଥର୍, ସାହିଦ୍ ଅଖତର, ସନ୍ନି ଅହମ୍ମଦ କାଜି, ଜହୁର୍ ଇବ୍ରାହିମ୍ ଏବଂ ସାକିର୍। ପ୍ରାୟ ୨୫ ବର୍ଷ ପରେ ନେଟଫ୍ଲିକ୍ସରେ ଏହି ସତ୍ୟ ଘଟଣାକୁ ୱେବ ସିରିଜ ‘IC814′ ନାମରେ ପରଦା ଉପରକୁ ଆଣିଛନ୍ତି ନିର୍ଦ୍ଦେଶକ ଅନୁଭବ ସିହ୍ନା। କିନ୍ତୁ ଏଥିରେ ଆତଙ୍କବାଦୀଙ୍କ ନାମକୁ ପରିବର୍ତ୍ତନ କରାଯାଇ ଭୋଲା ଓ ଶଙ୍କର ରଖାଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଲୋକେ ପ୍ରବଳ ସମାଲୋଚନା କରିବା ପରେ ଏହାକୁ ନେଇ ଆପତ୍ତି ଉଠାଇବା ସହ ହାଜର ହୋଇ ତଥ୍ୟ ରଖିବାକୁ ନେଟଫ୍ଲିକସକୁ ନୋଟିସରେ କୁହାଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *