୨୦୨୫ ସୁଦ୍ଧା ଗାଁରେ ମିଳିବ ବିଜୁଳି

ଭୁବନେଶ୍ୱର, ୧୧/୦୯: ଦ୍ଵିତୀୟ ପର୍ଯ୍ୟାୟର ଶେଷ ପର୍ଯାୟରେ ପହଞ୍ଚିଲାଣି ବଜେଟ ଅଧିବେଶନ | ଗୃହ କାର୍ଯ୍ୟ ସୁରୁଖୁରୁରେ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ଆରମ୍ଭ ହୋଇଯାଇଛି | ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭାଗୀୟ ମନ୍ତ୍ରୀ | ଗ୍ରାମାଞ୍ଚଳର ବିଜୁଳି ସମସ୍ୟାକୁ ନେଇ ତେଲକୋଇ ବିଧାୟକ ଫକୀର ମୋହନ ନାୟକ ଏବଂ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ | ସେ କହିଛନ୍ତି, ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବ। ଅପହଞ୍ଚ ଅଞ୍ଚଳରେ ବିଦ୍ୟୁତ ସଂଯୋଗ ଲାଗି ଓରେଡା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ କମିଟି କାହିଁକି ବସୁନାହିଁ | କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ପ୍ରଶ୍ନ କରିଥିଲେ ବିଜେଡି ବିଧାୟକ ବଦ୍ରି ପାତ୍ର | ବିଧାୟକ ବଦ୍ରି ପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉତ୍ତର ରଖିବା ସହ ଓଲଟା ପ୍ରଶ୍ନ କରି କହିଛନ୍ତି, ୨୪ ବର୍ଷ ଆପଣଙ୍କ ସରକାର ଥିଲା, କାହିଁକି ବସୁନଥିଲା ଆପଣ କହିପାରିବେ ? ଆମେ ୩ ମାସ ହେବ ସରକାରକୁ ଆସିଛୁ | ନିୟମିତ କମିଟି ବସିବ ଆଶ୍ବାସନା ଦେଉଛୁ | ମାର୍ଚ୍ଚ ୨୦୨୫ ସୁଦ୍ଧା ସବୁ ରାଜସ୍ବ ଗାଁକୁ ବିଦ୍ୟୁତ ସଂଯୋଗ ଦିଆଯିବାର ଯୋଜନା ରହିଛି |

Leave a Reply

Your email address will not be published. Required fields are marked *