ସେମି ଫାଇନାଲରେ ଭାରତ

ଚଳିତବର୍ଷ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ପୁରୁଷ ହକି ଟିମର ଦବଦବା ଜାରି ରହିଛି। ଟୂର୍ଣ୍ଣାମେଣ୍ଟରେ ହ୍ୟାଟ୍ରିକ ବିଜୟ ହାସଲ କରିଛି ଦଳ । ଏହି ହ୍ୟାଟ୍ରିକ ବିଜୟ ସହ ଦଳ ସେମି ଫାଇନାଲରେ ସିଧାସଳଖ ପ୍ରବେଶ କରିଛି। ଆଜି ଖେଳାଯାଇଥିବା ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ମାଲେସିୟାକୁ ୮-୧ରେ ପରାସ୍ତ କରିଛି । ଭାରତ ପକ୍ଷରୁ ରାଜ କୁମାର ପାଲ ହ୍ୟାଟ୍ରିକ ଗୋଲ ଦେଇଥିବା ବେଳେ ଅରାଇଜିତ ସିଂହ ହୁଣ୍ଡାଲ ୨ଟି, ଯୁଗରାଜ ସିଂହ, ହରମନପ୍ରୀତ ସିଂହ ଓ ଉତ୍ତମ ସିଂହ ଗୋଟିଏ ଲେଖାଏଁ ଗୋଲ କରିଛନ୍ତି। ଭାରତ ୮-୧ ରେ ମ୍ୟାଚ୍‌କୁ କବଜା କରି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିଛି। ଭାରତ ପାଖରେ ବର୍ତ୍ତମାନ ୯ ପଏଣ୍ଟ ରହିଛି। ମୋଟ ୬ଟି ଦଳକୁ ନେଇ ଖେଳା ଯାଉଥିବା ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ଆସନ୍ତା ୧୬ ତାରିଖରେ ଏବଂ ଫାଇନାଲ ୧୭ ତାରିଖରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *