ମିସାଇଲ ପରୀକ୍ଷଣ ପାଇଁ ସ୍ଥାନାନ୍ତର ହେଲେ ଲୋକେ

ବାଲେଶ୍ୱର : ଆଜି ଚାନ୍ଦିପୁର ଆଇଟିଆର LC-III କ୍ଷେପଣାସ୍ତ୍ର ଘାଟିରୁ ହେବ ମିସାଇଲ ପରୀକ୍ଷଣ। ଏଥିପାଇଁ କ୍ଷେପଣାସ୍ତ୍ର ଘାଟିରୁ ସାଢ଼େ ଦୁଇ କିଲୋମିଟର ପରିଧି ଅଞ୍ଚଳର ବସବାସ କରୁଥିବା ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଖାପାଖି ମୋଟ ୩୧ ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି। କ୍ଷେପଣାସ୍ତ୍ର ଘାଟି ପାଖାପାଖି ଥିବା ଜୟଦେବ କସବା ପାହି ଓ ସାହାଜନଗର ପାହିରୁ ୧୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହିରୁ ୮୯୫ ଜଣ, ଖଡୁପାହି ଓ କୁସୁମୁଳୀରୁ ୧୧୧୨ ଜଣଙ୍କ ସହିତ ମୋଟ ୩୧୦୦ ଲୋକଙ୍କୁ ସ୍ଥାନୀୟ ପ୍ରଶାସନିକ ତରଫରୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ଏଡିଏମ୍ ନିରଞ୍ଜନ ବେହେରା କହିଛନ୍ତି , ଯେଉଁ ଲୋକମାନଙ୍କୁ ଘାଟି ପାଖରୁ ସ୍ଥାନାନ୍ତର କରାଯାଇଛି, ସେମାନଙ୍କର ରହିବା ଖାଇବା ପିଇବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଏବଂ ଏହିସବୁ ପ୍ରକ୍ରିୟା ସରକାରଙ୍କ ନିୟମ ଅନୁସାରେ କାର୍ଯ୍ୟକାରୀ କରାଯାଉଛି। କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ସ୍ଥାନାନ୍ତରିତ ଲୋକମାନଙ୍କୁ ରହିବା ପାଇଁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *