ଆପଣଙ୍କ ଘର ହାଇଓ୍ବେ ଉପରେ କି? ଜାଣନ୍ତୁ ମିଳିବ କି ସୁବିଧା

ଟୋଲ୍‌ପ୍ଲାଜା କୁ ନେଇ ଦେଶରେ ଆରମ୍ଭ ହୋଇଛି ନୂଆ ସିଷ୍ଟମ |ଏହି ସିଷ୍ଟମ ସିଧା ସାଟେଲାଇଟ୍‌ରୁ କାମ କରିବ। ଯେଉଁ ଗାଡିରେ ଏହି ସିଷ୍ଟମ ଲଗାଯାଇଥିବ ତାକୁ କୌଣସି ବି ଟୋଲ୍‌ଗେଟ୍‌ରେ ଅପେକ୍ଷା କରିବାକୁ ପଡିବନି। ନା ଅପେକ୍ଷା କରିବାକୁ ପଡିବ ନା ଟୋଲ୍‌ ଦେବାକୁ ପଡିବ।ତେବେ ଜଣାନ୍ତୁ ଏହି ନୂଆ ସିଷ୍ଟମ ଆସିବା ପରେ ଟୋଲରେ ଟଙ୍କା କିପରି କାଟିବ କିମ୍ବା ଯେଉଁମାନଙ୍କର ହାଇବା ଉପରେ ଘର ସେମାନଙ୍କୁ କି ସୁବିଧା ମିଳିବ

ତେବେ ଏହି ନୂଆ ନିୟମ କର୍ମସିଆଲ ଗାଡିମାନଙ୍କରେ ଆରମ୍ଭ କରାଯିବ। ଏହାପରେ ପ୍ରାଇଭେଟ୍‌ ଗାଡିଗୁଡିକରେ ଏହି ସୁବିଧା ଉପଲବ୍ଧ ହେବ। ତେବେ ଫାଷ୍ଟ ଟ୍ୟାଗ୍‌ ଶେଷ ହେବା ପାଇଁ ବହୁତ ସମୟ ଲାଗିବ। ନୂଆ ନିୟମ ଆରମ୍ଭ ହେବା ପୂର୍ବରୁ ହାଇବ୍ରିଡ୍‌ ସିଷ୍ଟମ ଜାରି ରହିବ।

ତେବେ ସବୁଠାରୁ ବଡ଼ କଥା ହେଉଛି ଯେଉଁମାନଙ୍କର ଘର ହାଇଓ୍ବେ ଉପରେ ରହିଛି ସେମାନଙ୍କୁ ସରକାର ବଡ଼ ସୁବିଧା ଦେବାକୁ ଯାଉଛନ୍ତି। ଅର୍ଥାତ୍‌ ସେମାନେ ୨୦କିଲୋମିଟର ଯାଏଁ ମାଗଣାରେ ଯାତ୍ରା କରିପାରିବେ। ଯଦି ହାଇଓ୍ବେରେ ୨୦ କିମିରୁ ଅଧିକ ଗାଡି ଚଳାଇବା ପରେ ତାଙ୍କୁ ଟୋଲ୍‌ ଦେବାକୁ ପଡିବ।

Leave a Reply

Your email address will not be published. Required fields are marked *