ସି- ବିଚ୍‌ରେ ଆଉ ମିଳିବନି ମଦ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଆସିବା ପରେ ଏବେ ନୂଆ ଅବକାରୀ ନୀତି ଆଣିଛନ୍ତି। ଏହି ନୂଆ ଅବକାରୀ ନୀତିରେ ପୁରୀ ବିଚ୍‌ ସମେତ ପୁରୀ ପୌରାଞ୍ଚଳରେ ଆଉ ମଦ କ୍ୟାବିନ୍ ଖୋଲିପାରିବନି ବୋଲି ଘୋଷଣା କରିଛନ୍ତି ସରକାର । ଏହା ସହିତ ସାମାଜିକ, ଧାର୍ମିକ, ଏବଂ ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରାଜ୍ୟରେ ଥିବା ଅନ୍ୟାନ୍ୟ ଧର୍ମସ୍ଥଳୀ ଗୁଡିକ ସହ ଧାର୍ମିକ ଅନୁଷ୍ଠାନର ୫ କିମି ସୀମା ମଧ୍ୟରେ ବି ମଦ ଦୋକାନ ଖୋଲିବନି ବୋଲି ସ୍ପଷ୍ଟ କରାଯାଇଛି। ପୁରୀ ସି- ବିଚ୍‌ରେ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଗତ ୧୧ ତାରିଖରେ ପୁରୀରେ ବ୍ୟାପକ ଆନ୍ଦୋଳନ କରାଯାଇଥିଲା। ଏଥିସହ ମନ୍ଦିର ନିକଟରେ ସମୁହ ଦୀପ ଦାନ କରାଯିବା ସହ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ମଧ୍ୟ ପ୍ରବଳ ବିକ୍ଷୋଭ କରାଯାଇଥିଲା। ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ଅନୁଯାୟୀ ଏଣିକି ସ୍କୁଲ, କଲେଜ, ଦେବାଳୟ ଓ ଡାକ୍ତରଖାନା ଆଗରେ ମଧ୍ୟ ଆଉ ମଦ ଦୋକାନ ଖୋଲି ପାରିବନି । ଏହି ନିୟମ ବହୁ ପୂର୍ବରୁ ଲାଗୁ ହୋଇଥିଲେ ମଧ୍ୟ ଏହାକୁ ବର୍ତ୍ତମାନ କଡ଼ାକଡ଼ି ଭାବେ ଲାଗୁ କରାଯିବା ନେଇ ସରକାର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *