ତଦନ୍ତ ନକରି କାହିଁକି ପ୍ରଚାର କରୁଛ ?

ବର୍ତ୍ତମାନ ତିରୁପତି ବାଲାଜୀ ମନ୍ଦିରରେ ପ୍ରସାଦରେ ଦିଆଯାଉଥିବା ଲଡ଼ୁକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ଦାବି ଉଠାଇଥିଲେ । ତାଙ୍କର ଏଭଳି ଦାବି ପରେ ଏବେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯିବା ସହିତ ଏହି ମାମଲା ଏବେ ଅଦଲତାରେ ମଧ୍ୟ ପହଞ୍ଚିଛି । ଏହି ପ୍ରସଙ୍ଗରେ ବର୍ତ୍ତମାନ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ଅଭିନେତା ପ୍ରକାଶ ରାଜ ତାଙ୍କ ଏକ୍ସରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପବନ କଲ୍ୟାଣଙ୍କ ଏକ ଟ୍ୱିଟକୁ ସେୟାର କରି ତାଙ୍କୁ ଏହି ପ୍ରସଙ୍ଗରେ ପ୍ରଶ୍ନ କରିଛନ୍ତି । ସେ ଏବେ ସରକାରରେ ଥିବାବେଳେ କିପରି ଏଭଳି ଘଟଣା ସବୁ ଘଟିଗଲା ବୋଲି ପ୍ରକାଶ ରାଜ୍ ତାଙ୍କୁ ପଚାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମ ଦେଶରେ ସାମ୍ପ୍ରଦାୟିକ ହିଂସା କମ ଅଛି କି ? ଜାତୀୟ ସ୍ତରରେ କାହିଁକି ଏହାକୁ ପ୍ରଚାର କରୁଛ ? ମନ୍ଦିରରେ ଯେଉଁ ଘଟଣା ଘଟିଛି ତାକୁ ଦୟାକରି ଯାଞ୍ଚ କରି ଦୋଷୀମାନଙ୍କୁ ଖୋଜିବା ସହିତ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ପ୍ରକାଶ ରାଜ କହିଛନ୍ତି ।

Leave a Reply

Your email address will not be published. Required fields are marked *