ଆଗକୁ ସଶକ୍ତ ହେବ ଓଡିଶା | ରାଜ୍ୟସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବାକୁ ଇଚ୍ଛା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି | ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | ୧ ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି | ଦିବ୍ୟାଙ୍ଗ, ବୟସ୍କ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ପଞ୍ଜିକୃତ କରିଛନ୍ତି | ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନରେ ସମସ୍ୟା ହେଉଥିଲା | ସରଳୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି | ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା |
ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଏବଂ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନରେ ବ୍ୟବସ୍ଥା ରହିଛି | ଜନସାଧାରଣ ଅଭିଯୋଗ ପତ୍ର ଦାଖଲ କରିବେ | ଗତକାଲି କେନ୍ଦୁଝର ଗସ୍ତ ବେଳେ ବି ଏଭଳି କହିଛନ୍ତି | ବିଗତ ଦିନର ସରକାର ଏବଂ ଏବେର ସରକାର ଭିତରେ ପାର୍ଥକ୍ୟ ହେଉଛି ଲୋକଙ୍କ ସରକାର ମୋହନ ମାଝୀଙ୍କ ସରକାର |
ଲୋକଙ୍କ ବ୍ୟବସ୍ଥାକୁ ସମାଧାନ କରୁଥିବା ସରକାର | ମୋ ପାଖକୁ ଆସିଥିବା ଅଭିଯୋଗ ସଙ୍ଗେ ସଙ୍ଗେ ସମାଧାନ କଲି | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଗସ୍ତ ସମୟରେ ଗ୍ରୀଭାନ୍ସ କରିବେ ବୋଲି ମନ୍ତ୍ରୀ ରବି ନାଏକ ପ୍ରତିକ୍ରିୟା ରଖିଛନ୍ତି |