ଶଙ୍ଖଭବନ ପରେ ଥାନାରେ ପହଞ୍ଚିଲା ମାମଲା

ଭୁବନେଶ୍ୱର : ବଢ଼ିବାରେ ଲାଗିଛି ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀ କନ୍ଦଳ। ଶଙ୍ଖଭବନରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେଇଥିବା ବେଳେ ଏବେ ଯାଇ ମାମଲା ଥାନାରେ ପହଁଞ୍ଚିଲାଣି । ଚଳିତ ନିର୍ବାଚନରେ ହାରିବାପରେ ଦଳରେ ଏବେ ଏକପ୍ରକାର ଫାଟ ସୃଷ୍ଟି ହେଲାଣି। ପରାଜୟର କାରଣ ସମୀକ୍ଷା ନକରି ପରସ୍ପର ଉପରେ ଦୋଷାରୋପ କରିବାରେ ବ୍ୟସ୍ତ ଦଳୀୟ ନେତା। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରାଜେଶ ପାତ୍ରଙ୍କ ନାଁ ରେ ଏୟାର ଫିଲଡ ଥାନାରେ ଫେରାଦ ହେଲେ ବିଜେଡି କର୍ପୋରେଟର ବିରଞ୍ଚି ମହସୂପକାରଙ୍କ ସମର୍ଥକ ଅବିନାଶ ପାତ୍ର। ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ନେଇ ଅଭିଯୋଗ ହେଇଛି। ଅନ୍ୟପଟେ ଏ ସମ୍ପର୍କରେ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ରାଜେଶ ପାତ୍ରଙ୍କ ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *