ଜାପାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ : ଆଉ ଏକ ରେକର୍ଡ କଲା ଭାରତ। ବିକାଶ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛି ଭାରତ। ଜାପାନକୁ ପଛରେ ପକାଇ ଭାରତ ଏସିଆରେ ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭାହୋଇଛି। ଏସିଆ ପାୱାର ଇଣ୍ଡେକ୍ସ ଅନୁସାରେ ଭାରତ ଏସିଆର ତୃତୀୟ ସ୍ଥାନରେ ପହଞ୍ଚିଛି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବାର୍ଷିକ ଭିତ୍ତିରେ ଶକ୍ତିଶାଳୀ ଦେଶମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଏ। ଏଥିରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ମୋଟ ୨୭ଟି ଦେଶର ସ୍ଥିତିର ମୂଲ୍ୟାଙ୍କନ କରାଯାଇଥାଏ। ତେବେ ଚଳିତ ବର୍ଷ ଏହି ତାଲିକାରେ ଆମେରିକା ୮୧.୭ ପଏଣ୍ଟ ସହ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଦ୍ବିତୀୟ ସ୍ଥାନରେ ରହିଛି ଚୀନ୍ । ୨୦୧୮ରୁ ଏସିଆ ପାୱାର ଇଣ୍ଡେକ୍ସର ମୂଲ୍ୟାଙ୍କନ କରୁଛି। ୨୦୨୪ର ରିପୋର୍ଟ ଅନୁସାରେ ଭାରତ ୩୯.୧ ପଏଣ୍ଟ ହାସଲ କରିବା ସହିତ ଜାପାନକୁ ପଛରେ ପକାଇଛି। ଜାପାନକୁ ୩୮.୯ ପଏଣ୍ଟ ମିଳିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ, ଭାରତର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ଯୁବ ଜନସଂଖ୍ୟା ଏବଂ ଅର୍ଥବ୍ୟବସ୍ଥାରର ସମ୍ପ୍ରସାରଣ ଯୋଗୁଁ ଭାରତର ସ୍ଥିତିରେ ଏଭଳି ସୁଧାର ଆସିଛି। ଏକ ଉଲ୍ଲେଖନୀୟ ପରିବର୍ତ୍ତନ ସ୍ବରୂପ ଭାରତ ଜାପାନକୁ ପଛରେ ପକାଇ ଏସିଆ ପାୱାର ଇଣ୍ଡେକ୍ସରେ ତୃତୀୟ ଶକ୍ତିଶାଳୀ ଦେଶର ମାନ୍ୟତା ହାସଲ କରିଛି।

Leave a Reply

Your email address will not be published. Required fields are marked *