ବଜାରରେ ମିଳୁଛି ଚାଇନା ରସୁଣ, କେମିତି ଜାଣିବେ ଦେଶୀ ରସୁଣ

୨୦୧୪ରୁ ଭାରତରେ ନିଷିଦ୍ଧ ହୋଇଥିବା ଚାଇନା ରସୁଣ ପୁଣି ଥରେ ବଜାରରେ ବିକ୍ରି ହେଉଛି। ଯେଉଁ ରସୁଣକୁ ଆପଣ ବଜାରରୁ ଦେଶୀ ଭାବିକି କିଣିକି ଘରକୁ ଆଣୁଛନ୍ତି ଏବଂ ରୋଷେଇ କରି ଖାଉଛନ୍ତି ତାହା କେମିକାଲରେ ପ୍ରସ୍ତୁତ ହୋଇଥିବା ଚାଇନା ରସୁଣ ହୋଇପାରେ। କାରଣ ୟୁପିର ଜଣେ ବ୍ୟକ୍ତି ଚାଇନା ରସୁଣକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳାଯାଉଥିବା ଅଭିଯୋଗ କରିଛନ୍ତି। ଆଜି ଏହାର ଶୁଣାଣି ହୋଇପାରେ। ୟୁପି, ଗୁଜରାଟର ଅନେକ ସ୍ଥାନରେ ଚାଇନା ରସୁଣ ବିକ୍ରି ହେଉଥିବାରୁ ଚଢାଉ କରାଯାଇ ଜବତ କରାଯାଇଛି। ତେବେ ଦେଶୀ ରସୁଣ ଓ ଚାଇନା ରସୁଣ କିପରି ଚିହ୍ନିବେ ଜାଣନ୍ତୁ।

ଆକାରରେ ପାର୍ଥକ୍ୟ:
ଯେତେବେଳେ ବି ଆପଣ ବଜାରରୁ ରସୁଣ କିଣିବାକୁ ଯାଉଛନ୍ତି ତେବେ ଧ୍ୟାନ ରଖିବେ ରସୁଣର ଆକାର କିପରି। କାରଣ ଦେଶୀ ରସୁଣର ଆକାର ଛୋଟ, ଚାଇନା ରସୁଣ ଆକର ବଡ ହୋଇଥାଏ। ଦେଶୀ ରସୁଣ ପାଖୁଡା ଲବଙ୍ଗ ଭଳି ହୋଇଥିବା ବେଳେ ଚାଇନା ରସୁଣ ପାଖୁଡ ବଡ ବଡ ହେବା ସହ ମୋଟା ଏବଂ ଖୋଲା ହୋଇଥାଏ।

Leave a Reply

Your email address will not be published. Required fields are marked *