ପୋଲିସଙ୍କୁ ବଣ୍ଟାହେବ ବାଇକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଜି ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ସମ୍ମିଳନୀର ଦ୍ୱିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ପୋଲିସ ମାନଙ୍କର ମନୋବଳ ବଢାଇବା ପାଇଁ ଏଣିକି ପୋଲିସ ମାନଙ୍କୁ ବାଇକ ଯୋଗାଇଦେବେ ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମଝି ସ୍ପଷ୍ଟ କରିଛନ୍ତି। ପ୍ରତି ଥାନାରେ ସମସ୍ତଙ୍କ ପାଖରେ ରହିବ ବାଇକ୍ । କାର୍ଯ୍ୟକୁ ସରଳ ଓ ସହଜ କରିବାକୁ ସରକାରଙ୍କ ପକ୍ଷରୁ ବାଇକ୍ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ଥାନାରେ ସମସ୍ତଙ୍କ ପାଇଁ ଗୋଟିଏ ଲେଖାଏ ନୂଆ ବାଇକ୍ ଦିଆଯିବ । ଖୁବଶୀଘ୍ର ଦିଆଯିବ ୯ ହଜାର ବାଇକ୍ । ପ୍ରତି ଥାନାକୁ ବାଇକ ସହ ଆଉ ଗୋଟିଏ ଲେଖାଏ ଚାରି ଚକିଆ ଗାଡ଼ି ମଧ୍ୟ ଦିଆଯିବ । ଗୋଟିଏ ଆଇଆଇସିଙ୍କ ପାଖରେ ରହିଲେ ଆଉ ଗୋଟିଏ ତ୍ୱରିତ କାମ ପାଇଁ ରହିବ । ଦୁର୍ନୀତି, ଏବଂ କ୍ଷମତାର ଅପବ୍ୟବହାର ଆଉ ବରଦାସ୍ତ କରାଯିବନି । ରାଜ୍ୟରେ ସବୁଠୁ ଦୁର୍ବଳ ଶ୍ରେଣୀକୁ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଛନ୍ତି । ଏହାଛଡା କାମରେ ଯାହାର ସବୁ ତ୍ରୁଟି ରହୁଛି, ସେମାନେ ଏବେ ଠାରୁ ସୁଧୁରି ଯାଆନ୍ତୁ ବୋଲି ସମ୍ମିଳନୀରେ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Leave a Reply

Your email address will not be published. Required fields are marked *