ଏନକାଉଣ୍ଟରରେ ୩ ଯବାନ ଆହତ

ଜମ୍ମୁ-କଶ୍ମୀର : ପୁଣି ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ। ଜମ୍ମୁ-କଶ୍ମୀରରେ ପୁଣି ଏକ ଏନକାଉଣ୍ଟର ହୋଇଛି। ଆଜି କୁଲଗାମରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ତିନି ଜଣ ଯବାନଙ୍କ ସମେତ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୁଲଗାମର ଆରିଗାମ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ କୌଣସି ସୂତ୍ରରୁ ସେନାକୁ ଖବର ମିଳିଥିଲା। ଏହାପରେ ସେନା ଏବଂ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ସର୍ଚ୍ଚ ଅପରେସନ ସମୟରେ ଲୁଚିଥିବା ଆତଙ୍କବାଦୀ ମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏହାର ଜବାବରେ ମଧ୍ୟ ସୁରକ୍ଷାକର୍ମୀ ମାନେ ପାଲଟା ଗୁଳିମାଡ଼ କରିଥିଲେ । ଉଭୟ ପଟୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୁଳିବିନିମୟ ହୋଇଥିଲା ଏଥିରେ ତିନି ଜଣ ଯବାନ ଏବଂ ଜଣେ ପୁଲିସ ଆହତ ହୋଇଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ସେନା ଏବଂ ପୋଲିସ ମିଳିତ ଭାବରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *