ବିସ୍ଫୋରଣରେ ଚାଲିଗଲା ୩ ଜୀବନ

ବାଣ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ବିସ୍ଫୋରଣରେ ଚାଲିଗଲା ୩ ଜଣଙ୍କ ପ୍ରାଣ। ହରିଆଣାର ସୋନିପତରେ ଘଟିଛି ଏଭଳି ଦୁର୍ଘଟଣା। ସୋନିପତିର ରିଢ଼ାଉ ଗାଁରେ ଥିବା ଏକ ବେଆଇନ ବାଣ କାରଖାନାରେ ଏହି ବିସ୍ଫୋରଣ ହୋଇଛି। ଶନିବାର ସକାଳ ପ୍ରାୟ ୯ଟା ୩୦ରେ କାରଖାନାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ବିସ୍ଫୋରଣ ଘଟିଥିଲା। ପ୍ରଚଣ୍ଡ ଶବ୍ଦ ହେବା ଯୋଗୁଁ ସମଗ୍ର ଅଞ୍ଚଳରେ ପୂରା ଆତଙ୍କ ଖେଳିଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ସାଙ୍ଗେସାଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଯୋଗୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିସହ ୬ ଜଣ ଗୁରୁତର ହୋଇଛନ୍ତି। ସେମାମନଙ୍କୁ ତୁରନ୍ତ ଉଦ୍ଧାର କରି ପିଜିଆଇ ରୋହତକ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କାରଖାନାରେ ପ୍ରାୟ ୧୦ରୁ ୧୨ ଲୋକ କାମ କରୁଥିଲେ ଏବଂ ସମସ୍ତ ମୃତକ କାରଖାନାରେ କାମ କରୁଥିବା ଶ୍ରମିକ ବୋଲି ଜଣାପଡିଛି। । ଅନ୍ୟପଟେ ଘର ଭିତରେ ବାଣ କାରଖାନା ଚାଳିଥିବା ନେଇ ଆଖପାଖର ଲୋକେ ଜାଣିନଥିଲେ। ଦୁର୍ଘଟଣା ପରେ ଏହି କଥା ସମସ୍ତଙ୍କ ସାମ୍ନାକୁ ଆସିଛି। ଏ ସମ୍ପର୍କରେ ପୁଲିସ ତଦନ୍ତ ଚଲେଇଛି।

Leave a Reply

Your email address will not be published. Required fields are marked *