ରୋଗୀଙ୍କ ଲାଇଫ ସିଷ୍ଟମକୁ ନେଇ ଆସିଲା ନୂଆ ଗାଇଡ଼ଲାଇନ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଅର୍ଥାତ୍‌ ଗୁରୁତର ଭାବେ ଅସୁସ୍ଥ ଥିବା ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଇବାକୁ ନେଇ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି । ସେଥିରେ କୁହାଯାଇଛିଯେ କିଛି ସର୍ତ୍ତକୁ ଧ୍ୟାନରେ ରଖି ଡାକ୍ତରଙ୍କୁ ରୋଗୀଙ୍କର ଲାଇଫ ସପୋସେଥିରେ କୁହାଯାଇଛି ଯେ, କିଛି ସର୍ତ୍ତକୁ ଧ୍ୟାନରେ ରଖି ଡାକ୍ତରଙ୍କୁ ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଯିବା ଉଚିତ୍‌ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନେବାକୁ ହେବ । ଗାଇଡଲାଇନରେ ୪ଟି ସର୍ତ୍ତ ରହିଛି ।ସେହି ଆଧାରରେ ଲାଇଫ୍‌ ସପୋର୍ଟ ସିଷ୍ଟମକୁର୍ଟ ସିଷ୍ଟମ ହଟାଯିବା ଉଚିତ କି ନାହିଁ ସେ ସମ୍ପର୍କରେ ନିଷ୍ପତ୍ତି ନେବଣକୁ ହେବ | ହଟାଇବା ରୋଗୀଙ୍କ ଲାଗି ଉଚିତ୍ ବୋଲି ନିଷ୍ପତ୍ତି ନିଆଯିବ । ତାହା ହେଲା, ରୋଗୀଙ୍କୁ ବ୍ରେନ୍‌ଡେଡ୍‌ ଘୋଷିତ କରାଯାଇଥିବ । ଡାକ୍ତରଙ୍କ ଯାଞ୍ଚରୁ ରୋଗୀଙ୍କର ରୋଗ ଆଡ୍‌ଭାନ୍ସଡ ସ୍ଥିତିରେ ପହଞ୍ଚିଯାଇଥିବା ଓ ଚିକିତ୍ସା ଦ୍ୱାରା ତାଙ୍କୁ କୌଣସି ଲାଭ ମିଳିବାର ସମ୍ଭାବନା ନଥିବା ସ୍ଥଳରେ, ରୋଗୀଙ୍କର ପରିଜନ ଲାଇଫ୍‌ ସପୋର୍ଟ ସିଷ୍ଟମ ଜାରି ରଖିବାକୁ ମନା କଲେ ଏପରି ନିଷ୍ପତ୍ତି ନେଇ ହେବ ।ଲାଇଫ ସପୋର୍ଟ ସିଷ୍ଟମ ହଟାଇବାର ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ ହୋଇଥିବା ନିୟମାବଳୀ ଅନୁସାରେ ହେବ |

ସରକାରଙ୍କ ଏହି ନୂଆ ଗାଇଡ୍‌ଲାଇନ୍‌କୁ ନେଇ ଡାକ୍ତର ସମୁଦାୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଇଣ୍ଡିଆନ ମେଡିକାଲ ଆଷୋସିଏସନର ଅଧକ୍ଷ ଡାକ୍ତର ଆର ଭି ଅଶୋକାନ କହିଛନ୍ତି ,ଏହି ମେଡିକାଲ ଆସୋସିଏସନ୍‌ର ଅଧ୍ୟକ୍ଷ ଡାକ୍ତର ଆର୍‌.ଭି ଅଶୋକନ୍‌ କହିଛନ୍ତି, ଏହି ଗାଇଡ୍‌ଲାଇନ୍‌ ଡାକ୍ତରମାନଙ୍କୁ ଆଇନଗତ ଯାଞ୍ଚର ପରିସରରେ ଆଣିବ ଓ ସେମାନଙ୍କ ଉପରେ ଚାପ ସୃଷ୍ଟି କରିବ ।ଏଥିସହ ଡାକ୍ତର ମାନେ ତଦନ୍ତ ପରିସରକୁ ଆସିବେ|କିଛି କଥାକୁ ବିଜ୍ଞାନ ଓ ପରିସ୍ଥିତି ହିସାବରେ ରୋଗୀଙ୍କର ପରିଜନ, ରୋଗୀ ଓ ଡାକ୍ତରଙ୍କ ଉପରେ ଛାଡିଦେବା କଥା । ଆଇଏମ୍‌ଏ ଏହି ଦସ୍ତାବିଜକୁ ପଢ଼ିବ ଓ ଡ୍ରାଫ୍ଟ ଗାଇଡ୍‌ଲାଇନ୍‌ର ରିଭ୍ୟୁ କରିବା ଲାଗି ଦାବି କରି ନିଜର ବିଚାରକୁ ସେୟାର କରିବ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡ୍ରାଫ୍ଟ ଅନୁଶାରେ ,ଟର୍ମିନାଲ ରୋଗକୁ ଏଭଳି ଦୁରାରୋଗ୍ୟ ସ୍ଥିତି ଭାବେ ପରିଭାଷିତ କରାଯାଇଛି | ଯେଉଁଥିରେ ନିକଟ ଭବିଷ୍ୟତରେ ମୃତ୍ୟୁର ସମ୍ଭବନା ଅଧିକ ଥାଏ | ସେଥିମଧ୍ୟରେ ମସ୍ତିଷ୍କରେ ଗୁରୁତର ଆଘାତ ମଧ୍ୟ ସାମିଲ । ଏହି ଡ୍ରାଫ୍ଟ ସଂପର୍କରେ କେନ୍ଦ୍ର ସରକାର ସମସ୍ତ ପକ୍ଷଙ୍କ ନିକଟରୁ ଅକ୍ଟୋବର ୨୦ ତାରିଖ ମଧ୍ୟରେ ପ୍ରତିକ୍ରିୟା ଓ ପରାମର୍ଶ ମାଗିଛନ୍ତି ।

Leave a Reply

Your email address will not be published. Required fields are marked *