ଏମତି ବି ଆସେ ମୃତ୍ୟୁ; ମୁଢ଼ି ବିକୁ ବିକୁ ଟଳି ପଡିଲେ ବ୍ୟବସାୟୀ !

କଥାରେ ଅଛି ମଣିଷ ହେଉ ବା ପଶୁ ସେମାନଙ୍କର ମୃତ୍ୟୁ କେବେ ଏବଂ କେମିତି ଆସିବ ତାହା କାହାକୁ ବି ଜଣାନଥାଏ। ଏହାର ଏକ ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ଟାଉନ ଥାନା ଅଞ୍ଚଳରେ। ଗାଁ ଦାଣ୍ଡରେ ଜଣେ ବ୍ୟବସାୟୀ ବୁଲି ବୁଲି ମୁଢ଼ି ବିକୁଥିବା ବେଳେ ହଠାତ୍ ଗାଡ଼ି ଉପରେ ଟଳି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ସଂଗେସଂଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ହୃତଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଘୋଷଣା କରିଥିଲେ। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କାନାଳର ଶୁକଦେବ ବେହେରା ସହ ସେ ପୁରୀର କମୁଟିପାଟଣା ଠାରେ ରହୁଥିଲେ ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Leave a Reply

Your email address will not be published. Required fields are marked *