ତିରୁପତି ଲଡୁ ବିବାଦ: ସୁପ୍ରିମକୋର୍ଟଙ୍କ ପରିବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତଦନ୍ତ ସ୍ଥଗିତ ରଖିଲା ଏସଆଇଟି

ତିରୁପତୀ ମନ୍ଦିର ପ୍ରସାଦମ ବା ଲଡୁ ତିଆରିରେ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ମିଶିବା ଘଟଣାରେ ଏସଆଇଟି କରୁଥିବା ତଦନ୍ତକୁ ସ୍ଥଗିତ ରଖିଛି। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରୁଛନ୍ତି। ଅକ୍ଟୋବର ୩ ତାରିଖରେ ମାମଲାରେ ପରବର୍ତ୍ତି ଶୁଣାଣି ହେବ। ତେଣୁ ଶୁଣାଣି ନ ହେବା ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ପୁଲିସର ସ୍ୱତନ୍ତ୍ର ଦତନ୍ତକାରୀ ଦଳ ଏହାର ତଦନ୍ତ ସ୍ଥଗିତ ରଖିଛି।

ଏହା ପୂର୍ବରୁ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ। ଲଡୁ ତିଆରିରେ ଦୂଷିତ ଘିଅ ମିଶିଥିବା ନେଇ କୌଣସି ପ୍ରାଥମିକ ପ୍ରମାଣ ମିଳି ନାହିଁ। ବିନା ପ୍ରମାଣରେ ଏହି ମାମଲାକୁ ନେଇ ଲୋକଙ୍କ ପାଖରେ କହିବା ଅନୁଚିତ ବୋଲି କହି ଆନ୍ଧ୍ର ସରକାରଙ୍କୁ ସମାଲୋଚନା କରିଥିଲେ ସର୍ବୋଚ୍ଚ ଅଦାଲତ।

ଏବେ ତଦନ୍ତ ବନ୍ଦ କରିବା ନେଇ ଆନ୍ଧ୍ର ପ୍ରଦେଶର ମୁଖ୍ୟ ପୁଲିସ ଅଫିସର ଦ୍ୱାରକା ତିରୁମାଲା ରାଓ କହିଛନ୍ତି ଯେ କୋର୍ଟରେ ମାମଲାର ଶୁଣାଣି ଚାଲିଥିବାରୁ ତଦନ୍ତ ବନ୍ଦ ରଖିଛୁ। ନହେଲେ ଆମ ଟିମ୍ ପ୍ରାଥମିକ ତଦନ୍ତରେ କିଛି ପ୍ରତିକ୍ରିୟା ରେକର୍ଡ କରିଛି ବୋଲି ଶ୍ରୀ ରାଓ କହିଛନ୍ତି।

ଚଳିତ ସପ୍ତାହ ଆରମ୍ଭରେ ଏସଆଇଟି ଟିମ୍ ମନ୍ଦିର ଫ୍ଲୋର ମିଲ୍‌କୁ ଯାଇ ରଖାଯାଇଥିବା ଘିଅର ସମ୍ପଲ ଟେଷ୍ଟ କରିଥିଲେ। ଏନେଇ ସେପ୍ଟେମ୍ବର ୨୫ ତାରିଖରେ ଏକ ମାମଲା ରୁଜୁ ହୋଇଛି। ସେପ୍ଟେବମ୍ବର ୨୬ରେ ଏସଆଇଟି ଗଠନ କରାଯାଇ ଘଟଣାର ତଦନ୍ତ କରାଯାଉଛି।

ସୋମବାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଲଡୁ ତିଆରି ପାଇଁ ଦୂଷିତ ଘିଅ ବ୍ୟବହାର କରାଯାଉଥିବା ପ୍ରାଥମିକ ତଦନ୍ତରେ ପ୍ରମାଣିତ ହୋଇପାରି ନାହିଁ। ସୁନିଶ୍ଚିତ ନ ହୋଇ କିଭଳି ଆପଣ ଏହାକୁ ଲୋଲକ ଲୋଚନକୁ ଆଣିଲେ ବୋଲି ଜଷ୍ଟିସ ବିଆର୍ ଗବଇ ଓ କେଭି ବିଶ୍ୱନାଥନ ପ୍ରଶ୍ନ କରିଥିଲେ। ବିଶ୍ୱାସ ଠାରୁ ରାଜନୀତିକୁ ଦୂରେଇ ରଖିବା ଉଚିତ ବୋଲି ବିଚାରପତି କହିଥିଲେ।

Leave a Reply

Your email address will not be published. Required fields are marked *