ହେଲିକପ୍ଟର ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ମୁମ୍ବାଇ : ବଡ ଖବର। ଦୁର୍ଘଟଣାଗ୍ରସ୍ତ ହେଲା ହେଲିକପ୍ଟର। ମହାରାଷ୍ଟ୍ରରେ ହୋଇଛି ବଡ ଧରଣର ହେଲିକପ୍ଟର କ୍ରାସ୍। ପୁଣେର ବାବଧାନ ବୁଦକ ଅଞ୍ଚଳରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୩ ଜଣଙ୍କର ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପାଇଲଟ ଓ ୨ ଜଣ ଇଂଜିନିୟର ଥିବା ଜଣାପଡିଛି। ପ୍ରାଥମିକ ସୂଚନାରୁ ହେଲିକପ୍ଟରଟି ଏକ ପ୍ରାଇଭେଟ କମ୍ପାନୀର ହୋଇଥିବାର ଜଣାପଡିଛି । ଆଜି ସକାଳ ପ୍ରାୟ ୬ଟା ୪୫ରେ ଏହି ଦୁର୍ଘଟଣାଟି ଘଟିଛି। ହେଲିକ୍ୟାପ୍ଟରଟି ନିକଟସ୍ଥ ଏକ ହେଲିପ୍ୟାଡରୁ ଉଡାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଘଟଣା ସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, ବିପର୍ଯ୍ୟୟ ପ୍ରଶମନ ଦଳ ଏବଂ ପୋଲିସର ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି। କୁହୁଡି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। କିନ୍ତୁ ଦୁର୍ଘଟଣାର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *