ରାହୁଲଙ୍କୁ କୋର୍ଟରେ ହାଜର ପାଇଁ ଆସିଲା ସମନ !

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧୀ । କୋର୍ଟରୁ ମିଳିଲା ସମନ। ସବୁବେଳେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ବିବାଦ ଘେରକୁ ଟାଣି ହୋଇ ଆସନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଗତ ବର୍ଷ ରାହୁଲ ବ୍ରିଟେନ ଯାଇଥିବା ବେଳେ ସାବରକରଙ୍କ ସମ୍ପର୍କରେ ଏକ ଅପମାନସୂଚକ ଟିପ୍ପଣୀ କରିଥିଲେ । ଏହା ବିରୋଧରେ ସାବରକରଙ୍କ ସମ୍ପର୍କୀୟ ପୁତୁରା ପୁଣେର ଗୋଟିଏ କୋର୍ଟରେ ମାନହାନୀ ମାମଲା କରିଥିଲେ । ଏହାର ଶୁଣାଣୀ କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି । ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । ସାବରକରଙ୍କ ଅଭିଯୋଗ ଅନୁସାରେ ରାହୁଲ କହିଥିଲେ ଯେ ‘ଭି ଡି ସାବରକାର ଏକ ବହି ଲେଖିଥିାଲ ଓ ସେ ଥିରେ ଲେଖାଥିଲା କି ସେ ଏବଂ ତାଙ୍କର ୫-୬ ଜଣ ସାଙ୍ଗ ମିଶି ଜଣେ ମୁସ୍‌ଲମାନ୍‌ ବ୍ୟକ୍ତିଙ୍କୁ ମାଡ଼ ମାରିଥିଲେ। ଆଉ ମାଡ଼ ମାରିବା ପରେ ସେମାନେ ବହୁତ ଖୁସି ହୋଇଥିଲେ।’’ ରାହୁଲଙ୍କ ଏହି ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଭି ଡି ସାବରକରଙ୍କ ପୁତୁରା ସାତ୍ୟକି ସାବରକର। ସେ କହିଛନ୍ତି ‌କି ରାହୁଲ ଗାନ୍ଧୀଙ୍କ ଟିପ୍ପଣୀ ଏକଦମ ମିଛ ଏବଂ ମନଗଢ଼ା କାହାଣୀ।

Leave a Reply

Your email address will not be published. Required fields are marked *