ବିଶ୍ୱର ସବୁଠୁ ବଡ଼ ଆପାର୍ଟମେଣ୍ଟ

ସାଧାରଣତଃ ଆଜିକାଲି ଯେଉଁମାନେ ସହରରେ ବସବାସ କରୁଛନ୍ତି ସେମାନେ ପ୍ରାୟତଃ ଭିନ୍ନ ଭିନ୍ନ ଆପାର୍ଟମେଣ୍ଟରେ ରହିଥାନ୍ତି। କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ବିଶ୍ୱର ସବୁଠାରୁ ବଡ ଆପାର୍ଟମେଣ୍ଟ କେଉଁଠାରେ ଅଛି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଆପାର୍ଟମେଣ୍ଟର ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏହାକୁ ଏବେ ବିଶ୍ୱର ସର୍ବବୃହତ ଆପାର୍ଟମେଣ୍ଟ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଏହି ଆପାର୍ଟମେଣ୍ଟ ଚାଇନାର କିଆନଜିଆଙ୍ଗ ସେଞ୍ଚୁରୀ ସହରରେ ଅବସ୍ଥିତ। ଏହି ଆପାର୍ଟମେଣ୍ଟର ଆକୃତି ଏସ୍ ପରି ଦେଖିବାକୁ। ୩୯ ମହଲା ବିଶିଷ୍ଟ ଏହି ବିଶାଳକାୟ କୋଠା ୩୬୨ ଏକର ଜମିରେ ଅବସ୍ଥିତ ଏହି ଆପାର୍ଟମେଣ୍ଟର ଏହାର ଉଚ୍ଚତା ୬୭୫ ଫୁଟ ହେବ।। ଏବଂ ଏଥିରେ ପାଖାପାଖି ୨୦ ହଜାର ଲୋକ ବାସ କରୁଥୁବା ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି। ପ୍ରଥମେ ଏହି କୋଠାକୁ ଦେଖିଲେ ଏକ ବିଳାସପୂର୍ଣ୍ଣ ହୋଟେଲର ଭ୍ରମ ସୃଷ୍ଟି କରୁଥିଲା। ମାତ୍ର ପରେ ଏହା ଏକ ଆପାର୍ଟମେଣ୍ଟ ବୋଲି ଜଣାପଡିଛି। ଏହି ଆପାର୍ଟମେଣ୍ଟର ମୁଖ୍ୟ ଆକର୍ଷଣ ହେଉଛି ଏଠାରେ ରହୁଥିବା ବାସିନ୍ଦାଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସୁବିଧା ଯୋଗାଇ ଦିଆଯାଇଛି। ସପିଂ ସେଣ୍ଟରଠାରୁ ଆରମ୍ଭ କରି ରେସ୍ତୋରାଁ, ସ୍କୁଲ୍, ଡାକ୍ତରଖାନା, ଜିମ୍ ସେଣ୍ଟର, ଫୁଡ୍ ସେଣ୍ଟର, ସୁଇମିଂ ପୁଲ୍, ଗ୍ରୋସରୀ ଷ୍ଟୋର୍ ସହ ମନୋରଞ୍ଜନ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। ଲୋକଙ୍କୁ ଏଠାରେ ସମସ୍ତ ପ୍ରକାର ସୁବିଧା ମିଳୁଥିବାରୁ ସେମାନେ ଅନ୍ୟତ୍ର ଯିବାକୁ ଇଚ୍ଛା କରୁନଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *