ତ୍ରେତୟା ରେ ଗୋଟିଏ ରାବଣ.. କଳିଯୁଗରେ କୋଟିଏ ରାବଣ

ମାତୃଶକ୍ତିର ମର୍ଯ୍ୟାଦା କ୍ଷୁଣ୍ଣ କରି ବନି ଯାଉଛନ୍ତି ରାବଣ ?

-ତ୍ରେତୟା ରେ ଗୋଟିଏ ରାବଣ.. କଳିଯୁଗରେ କୋଟିଏ ରାବଣ

-ନାରୀ ଚିର ସମ୍ମାନିତା, ବଦଳାନ୍ତୁ ଚିନ୍ତାଧାରା

()ଏବେ ଚାଲିଛି ପାର୍ବଣ।ଦିଲ୍ଲୀ ଠୁ ପଲ୍ଲୀ ସବୁଠି କେବଳ ଗୋଟିଏ ସ୍ୱର.
।ଜୟ ମାତା ଦି…ଜୟ ମାତା ଦି।ଶକ୍ତି ରୁପିଣୀ ମା ଦୁର୍ଗା ମହିଷାସୁରକୁ ମାରି କେବଳ ଏ ଧରାପୃଷ୍ଠକୁ ନୁହେଁ ସ୍ୱର୍ଗର ଦେବତାମାନଙ୍କୁ ମଧ୍ୟ ତାର ଅତ୍ୟାଚାରରୁ ମୁକ୍ତ କରିଥିଲେ । ହେଲେ ଏବେ ତ ଘରେ ଘରେ ଅସୁର ।ନିଜ ସ୍ୱାର୍ଥ ପାଇଁ ନିଜ ଜନ୍ମ କଲା ମା’କୁ ବି ମାରିବାକୁ ପଛାଉ ନାହାନ୍ତି।

ନରଭକ୍ଷୀ ମଣିଷଙ୍କର ପଦୂର୍ଭାବ ଏତେ ବଢି ଗଲାଣି ଯେ, ମଣିଷତ୍ଵ ଶବ୍ଦରୁ ଭରଷା ଉଠି ଗଲାଣି।ମହାରାଷ୍ଟ୍ର କୋହ୍ଲାପୁରର ସୁନିଲ କୋଚକୋରାଭି ନାମକ ବ୍ୟକ୍ତି ମଦ ପାଇଁ ମାଙ୍କୁ ପଇସା ମାଗିଥିଲେ। ମା ପଇସା ନେଦେବାରୁ ରାଗରେ ନିଜ ମାଆକୁ ମାରି ଦେଲେ।ସେତିକିରେ ବି ମନ ଶାନ୍ତି ହେଲାନି ପୁଅର।ମାଆକୁ କାଟି ପିସ ପିସ କରି ମାଆର ଲିଭର, କିଡନୀ, ହାର୍ଟକୁ fry କରି ଖାଇଲା ପୁଅ। ଥରେ ଭାବନ୍ତୁ ତ!!?ସତରେ କଣ ମଣିଷ ଏତେ କ୍ରୁର ହୋଇପାରେ?ଯେଉଁ ନାରୀ ଶକ୍ତିକୁ ଆମେ ପୂଜା କରୁଛୁ ତାକୁ ଖିନ୍‌ଭିନ୍‌ କରିବାର ମଉକା ଖୋଜୁଛୁ।୧୦ ମାସ ଗର୍ଭରେ ରଖି,କେତେ କଷ୍ଟ ସହି ସେ ମା କଣ ଏଇଥି ପାଇଁ ପୁଅକୁ ଜନ୍ମ କରିଥିଲା?

ମାତୃଶକ୍ତିର ମର୍ଯ୍ୟାଦା କ୍ଷୁଣ୍ଣ କରି ଆମେ ରାମ ବନି ଯାଉଛୁ ନା ରାବଣ ?ହେଲେ ଏହି କଥାକୁ ଆମେ ନଭାବି, ମାଟିର ପ୍ରତିମା ପାଖରେ ମୁଣ୍ଡ ନୁଆଁଇ, ଦୀପ ଧୂପ ଜାଳି ଭାବୁଛୁ କି କିଛି ପୁଣ୍ୟ ହାସଲ କରିଗଲୁ। ଜୀବନ୍ତ ମାତୃଶକ୍ତିକୁ ଭୁଲି ପ୍ରତିମାରେ ଖୋଜୁଛି ମା’ଙ୍କୁ। କେବଳ ମନରେ ଲୋଭ ରହିଛି, କାଳେ କିଛି ଚମତ୍କାର କରିଦେବେ ମୃଣ୍ମୟୀ ପ୍ରତିମା । ଆମର ଭାଗ୍ୟ ବଦଳାଇ ଦେବେ ।ହେଲେ ପ୍ରକୃତି ସହ ତୁଳନୀୟ ଏଇ ମାତୃଶକ୍ତି ହିଁ ଆମକୁ ରକ୍ଷା କରୁଛି । ଯାହା ଆମେ ବୁଝିବାକୁ ଅକ୍ଷମ। ଠିକ୍‌ ପ୍ରକୃତିକୁ ନଷ୍ଟ କରି ବିନାଶକୁ ଡାକି ଆଣିଲା ଭଳି ଏ ମଣିଷ ଜାତି ମାତୃଶକ୍ତିର ସଠିକ୍‌ ଆକଳନ କରିବକୁ ସମର୍ଥ ହେଉ ନାହିଁ । ଯାହା ତାର ବିନାଶର ଆଉ ଏକ କାରଣ ହେବାକୁ ଯାଉଛି।

ଆହୁରି ମଧ୍ୟ ବର୍ତ୍ତମାନର ମା ବି ନିଜ ଶକ୍ତି, କର୍ତ୍ତବ୍ୟ ଏବଂ ପ୍ରକୃତିର ଧାରାକୁ ନବୁଝିଲେ ଆଗାମୀ ପିଢ଼ି କେବଳ ଧ୍ୱଂସ ରାସ୍ତାରେ ହିଁ ଚାଲିବ । ତେଣୁ କେବଳ ପୁରୁଷ ନୁହେଁ ନାରୀ ମଧ୍ୟ ପ୍ରତି ମା’ରେ ମା ଦୁର୍ଗାଙ୍କୁ ଖୋଜିବା ଦରକାର । ଖାଲି ତାମସିକ ପୂଜାରେ କେବଳ ବାହ୍ୟ ସୁଖ ସିନା ମିଳିବ ହେଲେ ଅନ୍ତର ଭିତର ଶୂନ୍ୟ ରହିଯିବ । ଏହାକୁ ହୁଏତ କିଛି ଲୋକ ଭାଷଣବାଜି ବୋଲି କହି ପାରନ୍ତି ହେଲେ ସେମାନେ ସତ୍ୟକୁ ମୁହଁ ମୋଡ଼ିବା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ପ୍ରମାଣିତ ହେବ।

ଏବେବି ସମୟ ଅଛି।ନିଜ ଚିନ୍ତାଧାରାକୁ ବଦଳାନ୍ତୁ।ପ୍ରତିମାରେ ନୁହେଁ, ପ୍ରତି ମା’ରେ ରହିଛନ୍ତି ଦୁର୍ଗା’ ।

Leave a Reply

Your email address will not be published. Required fields are marked *