ମଟନ୍‌ ପାଇଁ ମରଣାନ୍ତକ ଆକ୍ରମଣ ହସ୍ପିଟାଲରେ ୩ ଜଣ

ଉତ୍ତରପ୍ରଦେଶର ବହେରାଇଚ୍‌ର ମଟେରା ଥାନା ଇଲାକାରେ ଘଟିଥିବା ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ତାଜ୍ଜୁବ୍‌ କରିଦେଇଛି । ସେଠାରେ ଥିବା କିଷନପୁରରେ ରହୁଥିବା ଏକ ମୁସଲମାନ୍‌ ପରିବାରରେ ବିଗତ ନଭେମ୍ବର ୪ ତାରିଖରେ ବିବାହ କାର୍ଯ୍ୟକ୍ରମ ଥିଲା । ଠିକ୍‌ ତା’ ପରଦିନ ଅର୍ଥାତ୍‌ ପାଞ୍ଚ ତାରିଖରେ ବିବାହ ଭୋଜି ଦେବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ।

ଭୋଜିରେ ଯୋଗଦେବାକୁ ଆସିଥିବା ସବୁ ଅତିଥି ଅଭ୍ୟାଗତଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରିଥିଲା ପରିବାର। ବିବାହ ଭୋଜିରେ ଅତିଥିମାନଙ୍କୁ ମଟନ୍‌ ବା ଖାସି ମାସଂ ପରଷିବାକୁ ମଧ୍ୟ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଅଚାନକ ଘଟିଲା ଅଘଟଣ। ବିବାହ ହେଉଥିବା ପରିବାରର ତିନି ଜଣ ସଦସ୍ୟଙ୍କ ଉପରେ ହୋଇଥିଲା ମରଣାନ୍ତ ଆକ୍ରମଣ।

Leave a Reply

Your email address will not be published. Required fields are marked *