ଯାଜପୁରରେ କ୍ରାଇମବ୍ରାଞ୍ଚ ଟିମ, ଥରିଲେଣି ବବି

ଭୁବନେଶ୍ୱର : ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ପାଇଁ ଯାଜପୁରରେ ପହଞ୍ଚିଲା କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ । ଏଡିଜି ବିନୟତୋଷ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ମୋଟ୍‌ ୩ଟି ଟିମ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ । ତଦନ୍ତ ଅଧିକାରୀଙ୍କ ସହ ଆଡିସିନାଲ୍‌ ଏସ୍‌ପି ଓ ଡିଏସ୍‌ପି ରାଙ୍କର ଦକ୍ଷ ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ରେ ଦୁଇ ଜଣ ଡିଏସ୍ପି, ଜଣେ ଇନ୍‌ସପେକ୍ଟର, ୩ ଜଣ ଏସ୍‌ଆଇ ସାମିଲ ଅଛନ୍ତି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକଙ୍କ ଆକ୍ରମଣରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା। ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ତିନୋଟି କେସ କ୍ରାଇମ୍‌ବ୍ରାଞ୍ଚ ହାତକୁ ଯାଇଛି । ସୋମବାର ଦିନ କ୍ରାଇମ୍‌ବ୍ରାଞ୍ଚର ୩ ଜଣିଆ ସ୍ୱତନ୍ତ୍ର ଟିମ୍‌ ଯାଜପୁରରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ବିଧାୟକଙ୍କ ପିଏସ୍‌ଓଙ୍କ ବୟାନ ରେକର୍ଡ କରାଯିବ ସେହିପରି ବିଧାୟକଙ୍କୁ ଆକ୍ରମଣ ଘଟଣାରେ କଲ୍‌ ସିଡିଆର୍‌ ରେକର୍ଡ ଅନୁସାରେ ଭବ ଦାସଙ୍କ ପଚରାଉଚରା କରିବା ସହ ପୂର୍ବତନ ବିଧାୟକଙ୍କୁ କ୍ରାଇମବ୍ରାଞ୍ଚ ତଦନ୍ତ ପରିସର ଭୁକ୍ତ କରିପାରେ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *