ଦ୍ୱିତୀୟ ଦିନରେ କାହାକୁ କିଣିଲା କେଉଁ ଦଳ

ନୂଆଦିଲ୍ଲୀ : ଆଜି ଆଇପିଏଲ ୨୦୨୫ର ମେଗା ଅକ୍ସନର ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନର ଅକ୍ସନରେ ଭାରତର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ୧୦.୭୫ କୋଟି ଟଙ୍କାରେ କିଣିଛି। ସେ ୨ କୋଟି ଟଙ୍କାର ବେସ ପ୍ରାଇସ ସହ ଅକ୍ସନକୁ ଆସିଥିଲେ। ୨୦୨୪ରେ ଭୁବନେଶ୍ୱର କୁମାର ହାଇଦ୍ରାବାଦ ପାଇଁ ଖେଳୁଥିଲେ। ହେଲେ ମେଗା ଅକ୍ସନ ପୂର୍ବରୁ ତାଙ୍କୁ ହାଇଦ୍ରାବାଦ ରିଲିଜ କରିଦେଇଥିଲା। ମୁମ୍ବାଇ ତାଙ୍କୁ କିଣିବା ପାଇଁ ପ୍ରଥମ ବିଡ ଲଗାଇଥିଲା। ଲକ୍ଷ୍ନୌ ମଧ୍ୟ ଏହି ରେସରେ ସାମିଲ ହୋଇଥିଲା। ଲକ୍ଷ୍ନୌ ଓ ମୁମ୍ବାଇ ୧୦.୫୦ କୋଟି ଯାଏ ବିଡ ଡାକିଥିଲେ। ହେଲେ ହଠାତ୍‌ ଆରସିବି ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ୱର କୁମାରଙ୍କୁ କିଣିଛି। ସେହିପରି ଭୁବନେଶ୍ୱରଙ୍କ ପରେ ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଦୀପକ ଚହର। ୯.୨୫ କୋଟି ଟଙ୍କାରେ ସେ ମୁମ୍ବାଇକୁ ଆସିଛନ୍ତି। ଚେନ୍ନାଇ ପାଇଁ ଖେଳି ଆସୁଥିବା ଦୀପକ ଚହରଙ୍କୁ ଏଥର ମୁମ୍ବାଇ କିଣିଛି।

ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆକାଶ ଦୀପଙ୍କୁ ଲକ୍ଷ୍ନୌ ୮ କୋଟିରେ , କେଶ କୁମାରଙ୍କୁ ଦିଲ୍ଲୀ ଆରଟିଏମ ବ୍ୟବହାର କରି ୮ କୋଟିରେ, ତୁଷାର ଦେଶପାଣ୍ଡେଙ୍କୁ ରାଜସ୍ଥାନ ରୟାଲ୍ସ ୬.୫୦ କୋଟିରେ, ଗେରାଲ୍ଡ କୋଏଜି ଗୁଜରାଟ ଟାଇଟନ୍ସ ୨.୪୦ କୋଟିରେ ରୋଭମାନ ପାୱେଲଙ୍କୁ ୧.୫୦ କୋଟିରେ କେକେଆର, ଫାଫ ଡୁପ୍ଲେସିସଙ୍କୁ ଦିଲ୍ଲୀ ବେସ ପ୍ରାଇସ ୨ କୋଟିରେ, ୱାଶିଂଟନ ସୁନ୍ଦରଙ୍କୁ ୩.୨୦ କୋଟିରେ ଗୁଜରାଟ, ସାମ କରାନଙ୍କୁ ୨.୪୦ କୋଟିରେ ଚେନ୍ନାଇ, ମାର୍କୋ ୟାନସେନଙ୍କୁ ପଞ୍ଜାବ ୭ କୋଟି, ନୀତୀଶ ରାଣାଙ୍କୁ ରାଜସ୍ଥାନ ୪.୨୦ କୋଟି, ରିୟାନ ରିକେଲଟନଙ୍କୁ ମୁମ୍ବାଇ ୧ କୋଟି, ଜୋଶ ଇଙ୍ଗଲିଶଙ୍କୁ ପଞ୍ଜାବ ୨.୬୦ କୋଟି, କୃନାଲ ପାଣ୍ଡ୍ୟାଙ୍କୁ ଆରସିବି ୫.୭୫ କୋଟି, ଲକି ଫର୍ଗୁସନଙ୍କୁ ପଞ୍ଜାବ ବେସ ପ୍ରାଇସ ୨ କୋଟି ଓ ଆଫଗାନିସ୍ତାନର ଆଲ୍ଲା ଗଜନଫରଙ୍କୁ ମୁମ୍ବାଇ ୪.୮୦ କୋଟି ଟଙ୍କାରେ କିଣିଛି।

Leave a Reply

Your email address will not be published. Required fields are marked *