ଆସନ୍ତୁ ବୁଲିଯିବା ଦେଉଳଝରି ଏବଂ ଜାଣିବା କଣ ରହିଛି ଇତିହାସ?

ଚାଲନ୍ତୁ ଆଜି ଦେଖିବା ପଶ୍ଚିମ ଓଡିଶାରେ ଥିବା ଏକ ଲୋକପ୍ରିୟ ସବ୍ୟପୀଠ ତଥା ରାଜ୍ୟ ସରକାର ଙ୍କ ଦ୍ଵାରା ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପାଇଥିବା ହଟ ସ୍ପ୍ରିଂଗ ବା ଉଷ୍ମ ପ୍ରସବଣ ସ୍ଥାନ ଦେଉଳଝରି…..! ପଶ୍ଚିମ ଓଡିଶାରେ ଥିବା ସମସ୍ତ ଦେବାଳୟ ଠାରୁ ଦେଉଳ ଝରି ଶୈବପୀଠ ଟି ଅନ୍ୟତମ ।ସଦର ମହକୁମାଠାରୁ ପଶ୍ଚିମ ଦିଗରେ ବୌଦ୍ଧ ସହର କୁ ଲମ୍ବି ଯାଇଥିବା ରାସ୍ତା ରେ ପ୍ରାୟ ପାଞ୍ଚ କିଲୋମିଟର ଆଗକୁ ଗଲେ ଆପଣ ପାଇବେ ଏହି ପବିତ୍ର ଦେଉଳଝରି ସ୍ଥାନ କୁ କିମ୍ବା କଟକ ସମ୍ବଲପୁର 55 ନମ୍ୱର ଜାତୀୟ ରାଜପଥ ରେ ସମ୍ବଲପୁର ଆଡକୁ ଗଲେ ବାଟରେ ପଡେ ବଇଣ୍ଡା ଛକ ସେଠାରୁ ବାମ କୁ ବାଟ ଭାଙ୍ଗି ରାଜ୍ୟ ରାଜପଥ ରେ 36 କିଲୋମିଟର ଆଗକୁ ଗଲେ ଆପଣ ପହଁଚିବେ ଆଠମଲ୍ଲିକ ରେ l ଏବଂ ପୂର୍ବ ତଟ ରେଳପଥ ର ବଇଣ୍ଡା ରେଲୱେ ଷ୍ଟେସନ ଠାରୁଏହାର ଦୂରତା ୪୨ କିଲୋମିଟର ହେବ। ଅନଗୁଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଓଡ଼ସିଙ୍ଗା ଗାଁ ର ୨୪ ଏକର ୫୫ ଡ଼ିସିମିଲ ଜାଗା ଉପରେ ସ୍ଥିତ ଏହି ଏତିହ୍ୟ ମୟ ଦେଉଳଝରି ଶୈବ ପୀଠ ଟି ପୁରାଣ ପ୍ରସିଦ୍ଧ ଉଷ୍ମ ପ୍ରସବଣ, ଓ ନଭଶ୍ଚୁମ୍ବୀ ମୁକୁଟ ମଣ୍ଡିତ ପଞ୍ଚଧାର ପର୍ବତ ର ଗିରୀଶୃଙ୍ଗ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ କ୍ଷେତ୍ର ଭାବରେ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇଛି l ଏଠାରେ ପହଂଚିବା କ୍ଷଣେ ଆପଣ ପ୍ରଥମେ ଦେଖିବାକୁ ପାଇବେ ବହୁ ଘଞ୍ଚ କିଆ ବଣ ଯାହାକି କିଆ କେତକୀ ବଣ ରେ ପରିପୂର୍ଣ୍ଣ । ଏତତ୍ ବ୍ୟତୀତ ହାତୀବାଡ଼, ଖଉ,ଖୀରକୋଳି, ଶଙ୍ଖପୁଷ୍ପି ଲତା ହେମଲତା ପ୍ରଭୁତି ବୃକ୍ଷଲତା ମାନ ଦେଉଳଝରିର ପ୍ରାକୃତିକ ପରିବେଶ କୁ ରୁଦ୍ଧିମନ୍ତ କରିଛି। ଏହି ବଣ ରେ ସ୍ୱତନ୍ତ୍ର ଭାବରେ ଯେଉଁ କେତକୀ ଫୁଲ ଫୁଟେ ତାହା ମହାଦେବ ଙ୍କ ର ଅତିପ୍ରିୟ ଫୁଲ ବୋଲି ପୌରଣିକ ପ୍ରମାଣ ରହିଛି ।ଜନ ମୁଖ ରୁ ଶୁଣିବାକୁ ମିଳେ ଯେ ୧୯୩୬ ମସିହାରେ ଆଠମଲ୍ଲିକ ଗଡ଼ଜାତ ର ତତ୍କାଳୀନ ରାଜା କିଶୋର ଚନ୍ଦ୍ର ଙ୍କ ଦ୍ଵାରା ବାବା ଶିଦ୍ଧେସ୍ବର ଙ୍କ ମନ୍ଦିର ନିର୍ମାଣ ହୋଇଥିଲା l ଏହି ପର୍ଯ୍ୟଟନ ସ୍ଥଳୀଟି ଦେଉଳଝରି ନାମରେ ନାମିତ ହେବାର ଏ ଅଂଚଳ ର ଜନସାଧାରଣ ବିଭିନ୍ନ ମତବ୍ୟକ୍ତ କରିଥାନ୍ତି । ଶୈବପୀଠ ଦେଉଳଝରି ମଧ୍ୟ ଦେଇ ପ୍ରଭାବିତ ହେଉଛି ପାଞ୍ଚଟି କ୍ଷୁଦ୍ର ଚିରସ୍ରୋତ ଝରଣା, ଯାହାକି ପଞ୍ଚଧାର ପର୍ବତ ର ଗଣ୍ଡଦେଶରୁ ଝରିଆସି ଧୋଇ ଦେଉଛି, ବାବା ସିଦ୍ଧେସ୍ବର ଙ୍କ ମନ୍ଦିର ର ପାଦ ଦେଶକୁ l ଏହି ପୀଠରେ ଉଭୟ ଦେଉଳ ଓ ଝର ର ଅପୂର୍ବ ସଂଯୋଗ ହିଁ ଏହାକୁ ଦେଉଳଝରି ନାମ ରେ ପରିଚିତ କରାଇଛି l ନଭଶ୍ଚୁମ୍ବୀ ମୁକୁଟ ମଣ୍ଡିତ ପଞ୍ଚଧାର ଗିରୀଶୃଙ୍ଗ ପାଦ ଦେଶ ରେ ଚାରିଶମ୍ଭୁ ଙ୍କୁ ପୂଜା କରାଯାଏ ସେମାନେ ହେଲେ ସିଦ୍ଧେସ୍ବର, କେଦାରେସ୍ବର ଏବଂ ଜାଗେଶ୍ଵର l ଦେଉଳଝରୀର ଚାରି ଶମ୍ଭୁ ଙ୍କ ମଧ୍ୟ ରୁ ମୁଖ୍ୟ ହେଉଛନ୍ତି ବାବା ସିଦ୍ଧେସ୍ବର ମହାଦେବ, ତାଙ୍କର ମନ୍ଦିର ବହୁତ ଆକର୍ଷଣୀୟ ଓ ବୃହତ । ବାବା ସିଦ୍ଧେଶ୍ୱର ଙ୍କ ମନ୍ଦିର ସମ୍ମୁଖରେ ଥିବା ଦୁଇଟି କୁଣ୍ଡ ହେଉଛି ଏହାର ବିଶେଷତ୍ୱ l କେବଳ ଏକ ହାତ ଛଡା ରେ ଥିବା ଏହି ଦୁଇଟି କୁଣ୍ଡ ମଧ୍ୟରୁ ଗୋଟିକ ର ଜଳ ଶିଥଳ ଓ ଅନ୍ୟଟି ଉଷ୍ମ, ପାଖାପାଖି ଥିବା ଏହି ଦୁଇଟି କୁଣ୍ଡର ତାପମାତ୍ରା ପରିବର୍ତନ ନହେବା ସବୁଠାରୁ ଆଶ୍ଚର୍ଯ୍ୟ ର ବିଷୟ, ଏହି ଦୁଇଟି ବିଶାଳକାୟ କୁଣ୍ଡ ସମେତ ମୋଟ ୮୪ ଟି ଉଷ୍ମ ଓ ଶୀତଳ କୁଣ୍ଡ ଦେଉଳଝରି ର କିଆ କେତକୀ ବଣରେ ପୂର୍ବ ରୁ ଦେଖିବାକୁ ମିଳୁଥିଲା, ଏହି ସ୍ଥାନ ରେ ୮୪ ଟି କୁଣ୍ଡ ଥିବାରୁ ଏହାର ନାମ ଚଉରାଅଶି ବୋଲି ମଧ୍ୟ ଜଣାଯାଏ l ସମୟକ୍ରମେ ଏହାର ଯତ୍ନ ଅଭାବ ରୁ ବିଲୁପ୍ତ ପ୍ରାୟ ଏହି ୮୪ ଟି କୁଣ୍ଡରୁ ଏବେ ମାତ୍ର ୨୩ ରୁ ୨୪ଟି କୁଣ୍ଡ ଦେଖିବାକୁ ମିଳୁଛି l ଏଠାରେ ଥିବା କୁଣ୍ଡ ଗୁଡିକୁ ମଧ୍ୟରୁ ସବୁଠାରୁ ଉତପ୍ତ କୁଣ୍ଡ ର ତାପମାତ୍ରା ୧୩୪°ସେଲସିଅସ।ବାବା ସିଧେଶ୍ୱର ଙ୍କ ମନ୍ଦିର ର ସ୍ୱତନ୍ତ୍ର ତା ପାଇଁ ଏଠାକୁ ରାଜ୍ୟ ତଥା ଦେଶ ବିଦେଶ ରୁ ବହୁ ପର୍ଯ୍ୟଟକ ମାନେ ଭିଡ଼ ଲଗାନ୍ତି, ବାବା ଙ୍କ ପୀଠରେ ମୁଖ୍ୟତଃ ରୂପରେ ବାର ମାସରେ ତେର ପର୍ବ ପାଳନ ହୁଏ ଓ ମୁଖ୍ୟତଃ ଶ୍ରାବଣ ମାସ ର ବୋଲବମ ସମୟରେ କାଉଡିଆମାନଙ୍କ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳେ ।ମହାଶିବରାତ୍ରି ଓ ଶୀତଳ ଷଷ୍ଠୀ ପର୍ବ ବହୁ ଧୂମୁ ଧାମ ରେ ପାଳନ ହୁଏ। ଏତତ ବ୍ୟତୀତ ସ୍ଥାନୀୟ ଅଂଚଳ ଓ ଅଞ୍ଚଳ ବାହାରୁ ଲୋକ ମାନେ ଆସି ଏଠାରେ ର ବାହାଘର ବ୍ରତଘର ଆଦି କାର୍ଯ୍ୟ ସମାପନ କରନ୍ତି l ରାସ୍ତାର ଉଭୟ ପାର୍ଶ୍ଵ ରେ ଥିବା ବୃକ୍ଷରାଜି, ଗୁଳ୍ମଲତା ଙ୍କ ବାତାବରଣ ଭକ୍ତ ମାନଂକୁ ସ୍ୱାଗତ ଜଣାଇ ନିଜ ଆଡକୁ ଆକର୍ଶଣ କରିଥାଏ ଦେଉଳଝରି ସାବ୍ୟପୀଠ ସାଧୁସନ୍ଥ ମାନଙ୍କ ର ଆଶ୍ରୟ ସ୍ଥଳ, ଭଗବତ ସାଧନା ର କେନ୍ଦ୍ର ବିନ୍ଦୁ, ପର୍ଯ୍ୟଟକ ମାନଙ୍କ ର ମନଲୋଭା ପର୍ଯ୍ୟଟନ ସ୍ଥାନ, ନଭଶ୍ଚୁମ୍ବୀ ମୁକୁଟ ମଣ୍ଡିତ ବିଶାଳ ପଞ୍ଚଧାର ପର୍ବତ ର ଗିରିଶୃଙ୍ଗ ନିକଟସ୍ଥ ମହାନଦୀ ର ଆବିଳ ଓ ସୁନୀଳ ଜଳ ର କୁଳୁ କୁଳୁ ନାଦ ଓ କିଆ କେତକୀ ବଣ ର ପ୍ରକୃତିକ ଶୋଭା ଯେ କେହି ବି ଥରେ ହୃଦୟ ରୁ ଅନୁଭବ କରିଛି ସେ କେବେ ହେଲେ ବି ଭୁଲି ପାରିବ ନାହିଁ ଏହି ଦେଉଳଝରି ଶୈବପୀଠ କୁ ଧନ୍ୟ ଦେଉଳଝରି ! ସୃଷ୍ଟି ର କେଉଁ ଯୁଗରୁ ମୁକ ସାକ୍ଷୀ ମୁଣ୍ଡ ଟେକି ରହିଅଛି l ତଵ ବକ୍ଷ ରେ କେତେଯେ ଯିବଜନ୍ତୁ ମାନବ ର ଲିଳା ଖେଳା ଦେଖିଛି l

Leave a Reply

Your email address will not be published. Required fields are marked *