ମେଲବୋର୍ନ : ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଦୃଢ ପ୍ରଦର୍ଶନ କରିଛି। ପ୍ରଥମ ଦିନର ଖେଳରେ ଅଷ୍ଟ୍ରେଲିଆ ଦଳ ୮୬ ଓଭରରେ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା।
ଅନ୍ୟପଟେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଖେଳାଳି କଳା ବ୍ୟାଣ୍ଡ୍ ପିନ୍ଧି ପଡ଼ିଆକୁ ଆସିଥିଲେ । ଏହି ଦୃଶ୍ୟ ଦର୍ଶକ ଏବଂ ପ୍ରଶଂସକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଥିଲା। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିବାକୁ ଟିମ ଇଣ୍ଡିଆ ଏହି ପଦକ୍ଷେପ ନେଇଛି। ପଡ଼ିଆରେ ଖେଳାଳିମାନେ ପିନ୍ଧିଥିବା କଳା ବ୍ୟାଣ୍ଡ ଏହାର ପ୍ରତୀକ ଥିଲା ଯେ ଦଳ କେବଳ ଖେଳ ନୁହେଁ ଦେଶ ପ୍ରତି ମଧ୍ୟ ଦାୟିତ୍ୱ ଗ୍ରହଣ କରିଥାଏ। ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ ଏହି ଦୃଢ ବାର୍ତ୍ତା ଦେଇଛି।