ସ୍ବରସ୍ବତୀ ପୂଜାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । କିଛି ପଞ୍ଜିକାରେ ଫବୃଆରୀ ଦୁଇ ତାରିଖ ଉଲ୍ଲେଖ ଥିବା ବେଳେ କିଛି ପଞ୍ଜିକାରେ ତିନି ତାରିଖ । ଯାହାକୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡିଥିଲେ । କେଉଁ ତାରିଖରେ ସରସ୍ବତୀ ପଳଜା ପାଳନ ହେବ ତାକୁ ନେଇ କିଛି ବୁଝି ପାରୁ ନଥିଲେ । ଏହି ଦ୍ବନ୍ଦ୍ବକୁ ଦୂର କରିଛି ଶ୍ରୀମନ୍ଦିର ପ୍ରଶାସନ ।
ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇଛି । ମନ୍ଦିା ପ୍ରଶଶସନ ପକ୍ଷରୁ କୁହାଯାଇଛି, ଆସନ୍ତା ଫେବୃଆରୀ ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏହାସହ ସେହିଦିନ ତିନି ରଥର ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।
ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାରଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଆସନ୍ତା ଫେବୃଆରୀ ୨ ତାରିଖରେ ସରସ୍ୱତୀ ପୂଜା ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ।