ମହିଳାଙ୍କ ଚେନ୍‌ ଝାମ୍ପିନେଲେ

ଭୁବନେଶ୍ବର : ସହିଦନଗର ଥାନା ଅନ୍ତର୍ଗତ ରାଧାକୃଷ୍ଣ ମନ୍ଦିର ସାମ୍ନା ଗଳିରୁ ଆଜି ୨ ଜଣ ଲୁଟେରା ମହିଳାଙ୍କ ପାଖରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି। ଲୁଟ୍‌ର ଶିକାର ମହିଳା ହେଲେ, ସ୍ଥାନୀୟ ଅଞ୍ଚଳର ସୁପ୍ରିୟା ଦେବୀ। ଏନେଇ ସୁପ୍ରିୟା ଆଜି ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।

ସୁପ୍ରିୟାଙ୍କ କହିବାନୁଯାୟୀ, ଶନିବାର ପୂର୍ବାହ୍ନ ୧୧ଟାରେ ସେ ଘର ବାହାରେ ବୁଲୁଥିଲେ। ତାଙ୍କ ପଛ ପଟୁ ଆସି ଜଣେ ଦୁର୍ବୃ୍ତ୍ତ ସୁନାଚେନ୍ ଛିଡ଼ାଇ ଦୌଡ଼ିଥିଲା। କିଛି ଦୂରରେ ସ୍କୁଟିରେ ଧରି ଅପେକ୍ଷା କରିଥିବା ଜଣେ ଯୁବକ ସହ ଫେରାର୍ ହୋଇଯାଇଥିଲା। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇଛି। ଗତ ୩ ଦିନ ତଳେ ସିଆର୍‌ପିଏଫ୍ କ୍ୟାମ୍ପସ୍‌ର ସୁଜାତା ଦତ୍ତ ମାଛ କିଣିବାକୁ ଯାଇଥିବା ବେଳେ ତାଙ୍କ ବେକରୁ ଲୁଟେରା ଚେନ୍ ଲୁଟିନେଇଥିଲା। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *