ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍‌ ପ୍ରଡକ୍ଟ

ଭୁବନେଶ୍ବର : ରାଜ୍ୟର ଏକ ନମ୍ବର ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବ୍ରାଣ୍ଡ୍ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୨ ପଞ୍ଚମ ସଂସ୍କରଣର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏକ ବିଜ୍ଞ ବିଚାରକ ମଣ୍ଡଳୀଦ୍ବାରା ଚୟନିତ  ବିଭିନ୍ନ ବର୍ଗର ଆଗଧାଡ଼ିର ଉଦ୍ୟୋଗକୁ ଏହି କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଛି। ଏହି କ୍ରମରେ କ୍ଷୁଦ୍ରଶିଳ୍ପ ବିଭାଗରେ ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ, ଗାଲାକ୍ସି ମେଡିକେୟାର ଓ ଓଡ଼ିଶା ରବର୍‌ ପ୍ରଡକ୍ଟ ପୁରସ୍କୃତ ହୋଇଛି।

ପ୍ଲାଟିନମ୍:  ମାନେକୁଇନ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇଭେଟ୍ ଲିମିଟେଡ୍‌

ପ୍ରତିଷ୍ଠାତା ବିଧୁ ଭୂଷଣ ମହାପାତ୍ର ଓ ଆର୍‌ଏନ୍‌ଡି ଲାବୋରେଟୋରିଜ୍ ପ୍ରାଇଭେଟ୍ ଲିମିଟେଡ୍‌ର ୯୦:୧୦ ପ୍ରତିଶତ ଇକ୍ବିଟି ସହଯୋଗିତାରେ ମାନେକୁଇନ୍ ଫାର୍ମାସ୍ୟୁଟିକାଲ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌କୁ କଂପାନି ନିୟମ ୧୯୫୬ ଅଧୀନରେ ୨୦୧୪ରେ ସ୍ଥାପନ କରାଯାଇଛି। କଂପାନିର ଏକ ମାନୁଫାକ୍‌ଚରିଂ କାରଖାନା ରହିଛି ଯେଉଁଥିରେ ଉନ୍ନତ ଯନ୍ତ୍ରପାତି ଥିବା ବେଳେ ଫାର୍ମା କ୍ଷେତ୍ରର ଦକ୍ଷ ମାନବ ସମ୍ବଳ ତାହାକୁ ପରିଚାଳନା କରୁଛନ୍ତି। ଏହି କାରଖାନାରେ କଂପାନି ଟାବଲେଟ୍‌, ଓରାଲ୍‌ ଲିକ୍ବିଡ୍‌, କ୍ୟାପ୍‌ସୁଲ୍‌ ଓ ପାଉଡର୍‌ ଡୋଜ୍‌ ଆଦିକୁ ଜିଏମ୍‌ପି ମାନକ ଅନୁସାରେ ତିଆରି କରୁଛି। ଉତ୍ପାଦିତ ସାମଗ୍ରୀଗୁଡ଼ିକର ପରୀକ୍ଷଣ ପାଇଁ କାରଖାନାରେ ଏକ ଆଧୁନିକ ଓ ସବୁ ପ୍ରକାର ଯନ୍ତ୍ରପାତି ଥିବା ଲାବୋରେଟୋରି ରହିଛି। ବର୍ତ୍ତମାନ ଏହି କଂପାନି ସରକାର, ପିଏସ୍‌ୟୁ ସଂସ୍ଥା ଓ ତୃତୀୟ ପକ୍ଷ ସଂସ୍ଥାଙ୍କ ପାଇଁ ଔଷଧ ଉତ୍ପାଦନ ଓ ଯୋଗାଣ କରୁଛି। ଫାର୍ମାସିରେ ଡିପ୍ଲୋମା ଡିଗ୍ରି ହାସଲ କରି ଦୀର୍ଘ ୧୮ ବର୍ଷର ଅଭିଜ୍ଞତା ରଖିଥିବା ଶ୍ରୀ ମହାପାତ୍ର କଂପାନିର ପରିଚାଳନା ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ସଂସ୍ଥା ବର୍ଷକୁ ୨,୯୭୬ କିଲୋଲିଟର ଓରାଲ୍ ଲିକ୍ବିଡ୍‌, ୩୦,୯୫,୯୯,୯୮୮ଟି ଟାବ୍‌ଲେଟ୍, ୧,୪୦,୪୦,୦୦୦ କ୍ୟାପ୍‌ସୁଲ୍‌ ଓ ୧,୫୬,୦୦,୦୦୦ ଓଆର୍‌ଏସ୍‌ ସେସେ ଉତ୍ପାଦନ କରୁଛି। ମାନେକୁଇନ୍ ଫାର୍ମାସ୍ୟୁଟିକାଲ୍‌ସରେ ଆରଏନ୍‌ଡି ଲାବୋରେଟୋରିଜ୍ ତରଫରୁ ମନୋନୀତ ନିର୍ଦେଶକ ଭାବେ ଦେବେନ୍ଦ୍ର ନାଥ ଦାଶ କାର୍ଯ୍ୟ କରୁଛନ୍ତି। ଏକ ଲୋକପ୍ରିୟ ଫାର୍ମା କଂପାନିରେ ଉପସଭାପତି ଭଳି ବରିଷ୍ଠ ପଦରେ କାର୍ଯ୍ୟ କରିବାର ତାଙ୍କର ଅଭିଜ୍ଞତା ରହିଛି।

Leave a Reply

Your email address will not be published. Required fields are marked *