ଚିକିତ୍ସାଳୟରେ ଡାକ୍ତର ନଥିବାରୁ ରୋଗୀ ହନ୍ତସନ୍ତ

 

ଡାକ୍ତର ନଥିବା ହେତୁ ରୋଗୀ ହନ୍ତସନ୍ତ I ୧୯୧୦ ମସିହାରୁ ନିର୍ମିତ ହୋଇଥିବା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ହେତୁ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ପଡୋଶୀ ରାଜ୍ୟ ଝାରଖଣ୍ଡ, ମୟୁରଭଞ୍ଜ ଜିଲ୍ଲା ତଥା ଚମ୍ପୁଆ, ଝୁମ୍ପୁରା.ଯୋଡା, ବଡବିଲ, ପ୍ରଭୂତି ଅଞ୍ଚଳରରୋଗୀ ସେବାରୁ ବଞ୍ଚିତ ହେଉଛନ୍ତି I ଫଳରେ ଜିଲ୍ଲା ଡାକ୍ତରଖାନା ମୁହାଁ ହେବାକୁ ବାଧ୍ୟ ହେଉଛନ୍ତି । ଚିକିତ୍ସାଳୟରେ ମେଡିସିନ, ସର୍ଜରୀ,ପେଡିଆଟିକ , ଗାଇ ନିକ, ଅର୍ଥପେଡି,ଚକ୍ଷୁ, ଡେଣ୍ଟାଲ ପ୍ରଭୃତି ବିଭାଗ ଥିଲାବେଳେ ଗାଇନିକ ଓ ଆନେଥିସିଆ, ମେଡିସିନ, ବିଭାଗ ପାଇଁ ଡି.ଏମ. ଏଫ. ପଣ୍ଡରୁ ୨ ଜଣ ଡାକ୍ତର ନିୟୋଜିତ କରାଯାଇଛି। ସେହିପରି ମେଡିସିନ, ସର୍ଜରୀ ବିଭାଗ ପାଇଁ ଜଣେ ଜଣେ ଡାକ୍ତର ନିୟୋଜିତ ହୋଇଛନ୍ତି I ସେହିପରି ପେଡିଆଟିକ ବିଭାଗରେ ୨ ଜଣ ଡାକ୍ତର ଥିବାବେଳେ ଅନ୍ୟ ସବୁ ବିଭାଗରେ ଡାକ୍ତର ନାହାନ୍ତି । ତେବେ ଉପଖଣ୍ଡ ଚିକିତ୍ସାଳୟରେ ଏପରି ଅବସ୍ଥାକୁ ନେଇ ବୁଦ୍ଧିଜିବୀ ମାନେ ସରକାରଙ୍କ ବ୍ୟବସ୍ଥା ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଧ୍ୟାନ ଦେବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *