ଦୁଇ ଶିକାରୀ ସମେତ ଗୋଟିଏ ବନ୍ଧୁକ ଜବତ ।

ଅନୁଗୋଳ (ଫୋକସ ପ୍ଲସ) ୩୦/୧ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ର ଧଣ୍ଡାତୋପା ବନାଞ୍ଚଳ ବିଭାଗ କାର୍ଯ୍ୟରତ ସମୟରେ ସୂଚନା ପାଇ କୋରାଵ ,ଓ ତରଣ୍ଡା ଗ୍ରାମରୁ ୨ଜଣ ଶିକାରୀ ସହିତ ଗୋଟିଏ ବନ୍ଧୁକ ଜବତ କରି କୋଟ ଚାଲାଣ କରିଥିବା ଜଣାଯାଇଛି । ସୂଚନା ନେବାରେ ଜଣାଯାଏ ଜଙ୍ଗଲରେ ବିଭନ୍ନ ପ୍ରକାର ଜୀବଜନ୍ତୁ ଙ୍କୁ ଗଣନା ସହିତ ଗତି ବିଧି କୁ ନିରୀକ୍ଷଣ କରିବା ନିମନ୍ତେ ସରକାରଙ୍କ ଯୋଜନା ରୁ ଜଙ୍ଗଲ ଭିତରେ ବିଭିନ୍ନ ସ୍ଥାନରେ ସିସି ଟିଭି କେମେରା ଲଗାଯାଇଛି । କିନ୍ତୁ ଜନ୍ତୁ ଶିକାର ପାଇଁ ଶିକାରୀ ମାନେ ଉକ୍ତ ବାଟରେ ଯିବା ଆସିବା ସମୟରେ ଶିକାରୀମାନେ ଗୋଟିଏ ରୁ ଦୁଇଟି ସିସି ଟିଭି କେମେରା ଚୋରି କରି ନେଇ ଯାଇଥିବା ଜଣାଯାଇଛି । ଲାଗିଥିବା ସିସି ଟିଭି ଫୁଟେଜ ରୁ ଶିକାରୀ ଙ୍କ ଗତିବିଧି କୁ ଲକ୍ଷ୍ୟ କରି କୋରାଵ ଗ୍ରାମର ଯୁଗଳ ବେହେରା (୫୬ ) ପିତl ସରଦlକର ବେହେରା ଓ ତରଣ୍ଡା ଗ୍ରାମର କୁଶ ନାୟକ (୫୦) ପିତା ଅକ୍ରୁର ନାୟକ ଗୋଟିଏ ବନ୍ଧୁକ ଜବତ କରି ଆସାମୀ ମାନଙ୍କୁ କୋଟ ଚାଲାଣ କରିଥିବା ଜଣାଯାଇଛି । ଶିକାରୀଙ୍କ ଗ୍ୟାଙ୍ଗ ରେ ୫/୬ ଜଣ ଶିକାରୀ ସଂଗଠିତ ହୋଇ ରହିଛନ୍ତି ଏ ଦୁଇ ଜଣଙ୍କୁ ଧରିବା ପରେ ଅନ୍ୟ ମାନେ ଫେରାର ହୋଇଯାଇଥିବା ପ୍ରକାଶ ଓ ଫେରାର ଅlସମୀଙ୍କୁ ଯଥା ଶୀଘ୍ର ଧରାଜୀବ ବୋଲି ବନାଞ୍ଚଳ ଅଧିକାରୀ ରବିନାରାୟଣ ମହାନ୍ତି ମତ ପ୍ରକାଶ କରିଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *