କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆରେ ଜ଼ିଲ୍ଲା ପାରମ୍ପରିକ ଲୋକକଳା ଓ ସଂସ୍କୃତି ସଂଘ ପରିସର ରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ

କନ୍ଧମାଳ ଜ଼ିଲ୍ଲା ଫିରିଙ୍ଗିଆରେ ଜ଼ିଲ୍ଲା ପାରମ୍ପରିକ ଲୋକକଳା ଓ ସଂସ୍କୃତି ସଂଘ ପରିସର ରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ପାଳନ କରାଯାଇଛି। ଏହି ଅବସରରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ପାରମ୍ପରିକ ଲୋକ କଳା ଓ ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ ସଂଯୋଜକ ସନ୍ତୋଷ ପାତ୍ର କ ନୂଆଗାଁ ବ୍ଲକ ଉପ ସଭାପତି ତ୍ରିନାଥ ପଣ୍ଡା ବାଲିଗୁଡା ବ୍ଲକ କଳା ଓ ସଂସ୍କୃତି ସଂଘ ର ଉପ ସଭାପତି ପ୍ରମୋଦ କୁମାର ଦଣ୍ଡସେନା ଫୁଲବାଣୀ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସୁବାଷ ଚନ୍ଦ୍ର ସାହୁ ଫିରିଙ୍ଗିଆ ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଅଚ୍ୟୁତ ବେହେରା, ଘୁ ଉଦୟଗିରି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ଜୁନୁଷ ପ୍ରଧାନ, ଦାରିଙ୍ଗବାଡି ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ଗୋଲକ ମଲିକ ଙ୍କ ସମେତ ସମସ୍ତ ବ୍ଲକର ବରିଷ୍ଠ କଳାକାର ଓ ଉପ ସଭାପତି ଉପସ୍ଥିତ ଥିଲେ l ଆଜିର ଦିବସ ର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା।। କୋଭିଡ଼ କଟକଣା ଯୋଗୁ ସ୍ୱଳ୍ପ ସଂଖ୍ୟକ କଳାକାର ଯୋଗଦେଇ କରୋନା ଗାଇଡ଼ ଲାଇନ କୁ ପାଳନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପଲସ

Leave a Reply

Your email address will not be published. Required fields are marked *