ବାଇକ୍ ଦୁର୍ଘଟଣା ରେ ବାପା ଝିଅ ଗୁରୁତର

 

 

 

 

 

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସୁନା ଗାଁ ଗ୍ରାମ ନିକଟରେ ଏକ ବାଇକ୍ ରାସ୍ତା ପାର୍ଶ୍ଵରେ ଥିବା ଆଲୁମିନିୟମ ଚଦରରେ ଧକା ହେଇ ବାପା ଝିଅ ଗୁରୁତର ହୋଇ ତୁମୁଡିବନ୍ଧ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବଳିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି । ଘଟଣା ରୁ ପ୍ରକାଶ ଯେ ବାପା ଝିଅ ମିଶି କଳାହାଣ୍ଡିର ନର୍ଲା ଗ୍ରାମରୁ ବାହାରି ଝିଅର ମାମୁଁ ଘର ତୁମୁଡିବନ୍ଧ ବ୍ଲକ ସିତାପଡି ଗ୍ରାମକୁ ଆସୁଥିଲେ ହଠାତ ବାଇକ୍ ଟି ଭାରସ୍ୟମ ହରାଇ ଧକା ଦେଇଥିଲା ଆଲୁମିନିୟମ ଚଦରକୁ ଘଟଣା ସ୍ଥଳରେ ବହୁସମୟ ଧରି ପଡିରହିଥିଲେ ବାପା ଝିଅ ତୁମୁଡିବନ୍ଧ କୁ ଆସୁଥିବା ମନସ ସାହୁ ନାମକ ଶିକ୍ଷକ ଆହାତ ଙ୍କୁ ଦେଖି ୧୦୮ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ନିମନ୍ତେ ତୁମୁଡିବନ୍ଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
*ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ
ଫୋକସ୍ ପ୍ଲସ୍*

Leave a Reply

Your email address will not be published. Required fields are marked *