L O C କ୍ରିକେଟ କ୍ଲବ ଆନୁକୂଲ୍ୟରେ ବଳରାମପ୍ରସାଦ ରେ ଟୁର୍ଣ୍ଣାମେଣ୍ଟ

ଅନୁଗୋଳ:ଅନୁଗୁଳ ଜିଲ୍ଲା ବଳରାମପ୍ରସାଦ ଠାରେ ଆଜି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଫାଇନାଲ ମ୍ୟାଚ ରେ ନିଜେ ଅରଗାନାଇଜର ଟିମ LOC କ୍ରିକେଟ କ୍ଲବ ଚମ୍ପିୟାନ ହୋଇଥିବା ବେଳେ କଇଁଫୁଲିଆ ସାହି ରନର୍ସ ଅପ ହୋଇଥିଲେ ।ଏହି ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅତିଥି ଭାବେ ଇଣ୍ଟରନେସନାଲ ହ୍ୟୁମାନ ରାଇଟ କାଉନସିଲ ର ଜିଲ୍ଲା ସଭାନେତ୍ରୀ ,ଅପରାଜିତା ଓମେନ୍ସ କ୍ଳବ ର ସଭାପତି, ବିଶ୍ବହିନ୍ଦୁ ପରିଷଦ ମାତୃଶକ୍ତି ଜିଲ୍ଲା ସଂଯୋଜିକା ଓ ଜନସଂକ୍ଷା ସମାଧାନ ଫାଉଣ୍ଡେସନ ର ମହିଳା ଉପ ସଭାପତି ତଥା ସମାଜସେବୀ ଶ୍ରୀମତି ପଦ୍ମାଖି ସିଂ ଓ ସମ୍ମାନିତ ଅତିଥି ରୂପେ ବିଶ୍ବହିନ୍ଦୁ ପରିଷଦ ର ସହ ସମ୍ପାଦକ , ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ରଣଜିତ ରଶ୍ମିରଞ୍ଜନ ମିଶ୍ର ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ,ଏହି ଅବସର ରେ ଆଗମିଦିନରେ ବଳରାମପ୍ରସାଦ ରେ ଥିବା ପଡିଆ କୁ  ଆଧୁନିକ ମିନି ଷ୍ଟାଡିଅମ ରେ ପରିଣତ କରିବା ପାଇଁ ସଂଘର୍ଷ କରିବେ ବୋଲି ଶ୍ରୀମତି ସିଂ କହିଥିଲେ ଓ ଯୁବକ ମାନଙ୍କୁ ସଂଗଠିତ ହେବା ପାଇଁ ପରାମର୍ଶ ଦେଇଥିଲେ ତଥା କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିବା ସଭାପତି ଦୀପକ ବାରିକ,ସମ୍ପାଦକ କପିଳେଶ୍ୱର ବାରିକ ,ମ୍ୟାନେଜର ସନ୍ତୋଷ ବାରିକ ତଥା ସମସ୍ତ ସଭ୍ୟ ମାନକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *