ଇମ୍ରାନ ଖାନଙ୍କ ଆସନ ଟଳମଳ

ବିପଦରେ ଇମ୍ରାନ ଖାନ ଙ୍କ ଚୋୖକି ..ପାକିସ୍ତାନରେ ରାଜନୈତିକ ପରିସ୍ଥିତି ଅଦଳବଦଳ ହୋଇପାରେ । ଇମ୍ରାନ୍ ଖାନ୍‌ଙ୍କ ଚୌକି ଉପରେ ବିପଦ ଆସିପାରେ । କାରଣ ଇମ୍ରାନ୍ ଖାନଙ୍କୁ ଚୌକିରୁ ହଟାଇବା ପାଇଁ ବିରୋଧୀମାନେ ଉଦ୍ୟମ କରୁଛନ୍ତି । ପାକିସ୍ତାନ ଡେମୋକ୍ରେଟିକ୍ ମୁଭମେଣ୍ଟ ଇମ୍ରାନ ସରକାର ବିପକ୍ଷରେ ନୋ କନଫିଡେନ୍ସ ମୋସନ ଆଣିବାକୁ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ଇମ୍ରାନଙ୍କ ୩ୟ ପତ୍ନୀ ବୁଶରା ବିବି ମଧ୍ୟ ତାଙ୍କ (ଇମ୍ରାନ)ଙ୍କ ବିପକ୍ଷରେ ଯାଉଥିବା ଗଣମାଧ୍ୟମ ରିପୋର୍ଟ କରିଛି । ବିରୋଧୀଙ୍କ ଦ୍ୱାରା କୁହାଯାଇଛି ଯେ, ଇମ୍ରାନ୍ ଖାନ ଦେଶ ଚଳାଇବାରେ ବିଫଳ ହୋଇଛନ୍ତି । ତେଣୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛି । ଏଥି ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବିରୋଧୀ ଦଳଙ୍କର ଏହି ମେଣ୍ଟରେ ବିଲାୱାଲ ଅଲି ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି, ନୱାଜ ଶରୀଫଙ୍କ ପାକିସ୍ତାନ ମୁସଲିମ ଲିଗ ଓ ଇମ୍ରାନ୍ ଖାନ ସରକାରରେ ସହଯୋଗୀ ଦଳ ମୁତ୍ତାହିଦା କୌମୀ ମୁଭମେଣ୍ଟ ଓ ପାକିସ୍ତାନ ମୁସଲିମ ଲିଗ ମଧ୍ୟ ସାମିଲ ରହିଛି । ଏହି ସବୁ ଦଳ ଗୁଡ଼ିକ ସରକାର ବିପକ୍ଷରେ ମୋର୍ଚ୍ଚା ଖୋଲିଛନ୍ତି । ସୂତ୍ର ଅନୁସାରେ ଯଦି ଇମ୍ରାନ ଖାନ ନିଜ ଆସନ ହରାନ୍ତି, ତା’ହେଲେ ତାଙ୍କ ସ୍ଥାନରେ ପାକିସ୍ତାନ ପିପୁଲ୍ସ ପାର୍ଟିର ଆସିଫ ଅଲି ଜର୍ଦ୍ଦାରୀଙ୍କୁ ଆଗାମୀ ରାଷ୍ଟ୍ର ନେତା ଭାବେ ଦେଖାଯାଇପାରେ । ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫ ଏହି ଦୌଡ଼ରେ ନାହାନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଇମ୍ରାନ ଖାନ କହିଥିଲେ ଯେ, ସେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି

Leave a Reply

Your email address will not be published. Required fields are marked *