ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ ଗିରଫ

ମୁମ୍ବାଇ -ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ ଗିରଫ ହୋଇଛନ୍ତି..
ମୋଷ୍ଟ ଓ୍ବାଣ୍ଟେଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଭାଇ ଇକ୍‌ବାଲ କାସକରଙ୍କୁ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଗିରଫ କରିଛି। ମନି ଲଣ୍ଡରିଂ ମାମଲାରେ ମହାରାଷ୍ଟ୍ରର ଥାଣେ ଜେଲ୍‌ରୁ ଦାଉଦଙ୍କ ଭାଇ ଇକ୍‌ବାଲ କାସକରଙ୍କୁ ଇଡି ଗିରଫ କରିଥିବା ଜଣାପଡ଼ିଛି। ତାଙ୍କୁ ଏକ ସ୍ବତନ୍ତ୍ର ପିଏମ୍‌ଏଲ୍‌ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ଇଡି ପକ୍ଷରୁ ଦାଉଦ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଏହି ମାମଲାରେ ଇଡି ଇକ୍‌ବାଲଙ୍କୁ ପଚରାଉଚରା କରିବା ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *