ୟୁରୋପରେ ତାଣ୍ଡବ ରଚୁଛି ସାମୁଦିକ୍ର ଝଡ଼ ‘ୟୁନିସ’

ଘଣ୍ଟାକୁ ୨୦୦ କିମି ବେଗରେ ବୋହୁଛି ପବନ, ୯ ମୃତ, ୪୩୬ ବିମାନ ବାତିଲ
ୟୁରୋପରେ ୟୁନିସ ନାମକ ଝଡ ଯୋଗୁଁ ପ୍ରକୃତି ଅଶାନ୍ତ ହୋଇପଡିଛି। ଏହାର ପ୍ରଭାବରେ ଆଟଲାଣ୍ଟିକ୍‌ ସମୁଦ୍ରରେ ସୃଷ୍ଟି ହୋଇଛି ଭୟଙ୍କର ଝଡ଼। ଶୁକ୍ରବାର ସୃଷ୍ଟି ହୋଇଥିବା ଏହି ପ୍ରଳୟଙ୍କରୀ ଝଡ଼ ଯୋଗୁ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ଥିବା ବେଳେ ଏଥିରେ ପ୍ରାୟ ୯ ଜଣଙ୍କ ଜୀବନ ଯାଇଛି। ଝଡ ଯୋଗୁଁ ପାଖାପାଖି ୪୩୬ ବିମାନକୁ ବାତିଲ କରାଯାଇଛି। ଭୟଙ୍କର ଝଡ଼ ପବନ ଯୋଗୁ ବ୍ରିଟେନରେ ରେଲୱେ ଷ୍ଟେସନ ଓ ଏୟାରପୋର୍ଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍‌ ଏବଂ ପ୍ଲେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ୪୩୬ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ନେଦରଲାଣ୍ଡରେ ୩୯୦ଟି ବିମାନ ରଦ୍ଦ କରାଯାଇଛି। ଝଡ଼ରେ ବିପନ୍ନ ହୋଇଥିବା ଲୋକମାନଙ୍କୁ ସହାୟତା ଯୋଗାଇ ଦେବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ ପଦକ୍ଷେପ ନେଇଛନ୍ତି। ସାମୁଦିକ୍ର ଝଡ଼ ‘ୟୁନିସ’ କେନ୍ଦ୍ରୀୟ ଆଟାଲାଣ୍ଟିକ ସମୁଦ୍ରରେ ସୃଷ୍ଟି ହୋଇଥିବା ବେଳେ ଏହା ୟୁରୋପ ମୁହାଁ ହୋଇଛି। ବ୍ରିଟେନ ପାଣିପାଗ ବିଭାଗଭ ଏହି ଝଡ଼କୁ ଅତି ବିପଦପୂର୍ଣ୍ଣ ବୋଲି ନାମିତ କରିଛି..ଝଡ଼ ପବନରେ ରାସ୍ତାରେ ବଡ଼ ବଡ଼ ଗଛମାନ ଟଳି ପଡ଼ିଥିବା ବେଳେ ବିଜୁଳି କଟି ଯାଇଛି। ଫଳରେ ଲୋକମାନେ ନାହିଁ ନଥିବା ହଇରାଣ ହୋଇଛନ୍ତି। ବିନା ବିଜୁଳିରେ ଏକ ଲକ୍ଷରୁ ଅଧିକ ଘର ରହିଛି। ଲଣ୍ଡନରେ ରେଡ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *