ବେଆଇନ ଗୋ ଚାଲାଣ ବେଳେ ୪୦ ଗୋରୁ ଉଦ୍ଧାର କରିଥିଲା ପୋଲିସ

ଏବେ  ଗାଈ- ମଇଁଷି ସେବା କରୁଛନ୍ତି କର୍ମଚାରୀ…ଦେଖିଲେ ଥାନା କି ଗୁହାଳର ଭ୍ରମ ସୃଷ୍ଟି ହେବ । ବେଆଇନ ଭାବେ ଚାଲାଣ ହେଉଥିବା ୪୦ଟି ଗୋରୁ, ମଇଁଷିଙ୍କୁ ଆଣି ଥାନାରେ ରଖାଯାଇଛି । ସେମାନଙ୍କ ରଡ଼ିରେ କାନ ଫାଟୁଛି । ସେମାନଙ୍କଠୁ ମିଳୁଥିବା ଦୁଗ୍ଧରେ ଭାସୁଛି ଥାନା । ଏଥିପାଇଁ ଥାନା କର୍ମଚାରୀଙ୍କ କିଛି ନଜର ନାହିଁ । ଝାଡ଼ଖଣ୍ଡ ସଲଗ୍ନ ପୁରୁଲିଆ ବନ୍ଦୋନା ଥାନାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଥାନା ସମ୍ମୁଖରେ ବାଉଁଶ ଘେରି କରି ଏହି ଗୋରୁ ମଇଁଷିଙ୍କୁ ରଖାଯାଇଛି । ସେମାନଙ୍କ ପାଇଁ ଥାନା କର୍ମଚାରୀ ଅସ୍ଥାୟୀ ଗୁହାଳ ମଧ୍ୟ ନିର୍ମାଣ କରିଛନ୍ତି । ପ୍ରାଣୀ ସମ୍ପଦ ଚିକିତ୍ସକ ଏମାନଙ୍କ ଦେଖାଶୁଣା କରୁଛନ୍ତି । ୪ଟି ପିକଅପ ଭ୍ୟାନରୁ ଏହି ଗୋରୁ ଏବଂ ମଇଁଷିଙ୍କୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାରେ ୧୦ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଅଦାଲତରେ ବିଚାରାଧିନ ଅଛି ମାମଲା ।

Leave a Reply

Your email address will not be published. Required fields are marked *