ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଠାରୁ ବି ହୋଇପାରେ ଭୟଙ୍କର

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଠାରୁ ହୋଇପାରେ ଭୟଙ୍କର;
ଯଦି ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲା ତାହେଲେ ସର୍ବ ପ୍ରଥମେ ଏହାର ପ୍ରଭାବ ତୈଳ ଏବଂ ପ୍ରାକୃତିକ ଗ୍ୟାସ ମୂଲ୍ୟ ଉପରେ ପଡ଼ିବ। ପ୍ରକୃତରେ ୟୁରୋପର ଅଧିକାଂଶ ଦେଶ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ଋଷ ଉପରେ ନିର୍ଭରଶୀଳ । ଯୁଦ୍ଧ ହେଲେ ଯଦି ଋଷର ତୈଳ ଯୋଗାଣ ବନ୍ଦ ହୋଇଯାଏ ତାହେଲେ ଏହା ଅଧିକ ପଶ୍ଚିମ ୟୁରୋପ ଦେଶମାନଙ୍କ ଉପରେ ପ୍ରଭାବ ପକାଇବ । ଯଦି ଯୋଗାଣ ବନ୍ଦ ନହେବ ତାହେଲେ ଏହାର ମୂଲ୍ୟ ବୃଦ୍ଧି ପାଇବ। ଏବେ କେବଳ ଉତ୍ତେଜନାରେ ତୈଳଦର ବେରେଲ ପ୍ରତି ୧୦୦ ଡଲାରରେ ପହଞ୍ଚିଛି । ଯଦି ଯୁଦ୍ଧ ହେଲା ତାହେଲେ ତୈଳଦର ବେରେଲ ପ୍ରତି ୧୨୫ ରୁ ୧୩୦ ଟଙ୍କା ହୋଇଯିବ। ଯୁଦ୍ଧ ସମୟରେ ଅଚାନକ ବିକଳ୍ପ ମଧ୍ୟ ଖୋଜା ହୋଇ ପାରିବ ନାହିଁ। କାରଣ ପ୍ରତ୍ୟକ ଦେଶରେ ତୈଳ ଯୋଗାଣକୁ ନେଇ ପ୍ରଥମରୁ ନିୟମ ସ୍ଥିର ହୋଇଥାଏ। କୌଣସି ଦେଶ ହଠାତ କାହାରିକୁ ଯୋଗାଣ କରିପାରିବେ ନାହିଁ ।
ଋଷ ଓ ୟୁକ୍ରେନ ମଧ୍ୟରେ ଉତ୍ତେଜନା କମିବାର ନାଁ ନେଉନି । ଏବେ ଦୁଇ ଦେଶ ଭିତରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି । ଆମେରିକା ଫ୍ରାନସ ଓ କିଛି ଅନ୍ୟ ଦେଶ ଯୁଦ୍ଧ ପରିସ୍ଥିତିକୁ ଟାଳିବା ପାଇଁ ଚେଷ୍ଠା କରୁଛନ୍ତି । କିନ୍ତୁ ଯୁଦ୍ଧ ଟଳିବାର ପରିସ୍ଥିତି ଏବେ ଦେଖାଯାଉନାହିଁ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲା ତେବେ ସାରା ଦୁନିଆରେ ଏହାର ପ୍ରଭାବ ବ୍ୟାପକ ଭାବେ ପଡ଼ିବ। ଆସନ୍ତୁ ଜାଣିବା ଯଦି ଯୁଦ୍ଧ ହୁଏ କିପରି ଭାବେ ଏହାର ପ୍ରଭାବ ପଡ଼ିବ ?ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ହେଲେ ସାରା ଦୁନିଆ ଆର୍ଥିକ ସଙ୍କଟର ସାମ୍ନା କରିପାରେ। ଯୁଦ୍ଧ ହେଲେ ସାରା ଦୁନିଆର ବଜାରରେ ପ୍ରଭାବ ପଡ଼ିପାରେ । ବୈଦେଶିକ ମୁଦ୍ରା ବଜାରରେ ଅନିଶ୍ଚିତତା ପରିବେଶ କରିବା ସହ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ଦେଖିବାକୁ ମିଳିପାରେ । କରୋନା ମହାମାରୀ ପ୍ରଥମରୁ ଅର୍ଥବ୍ୟବସ୍ଥାକୁ ବହୁତ ପ୍ରଭାବିତ କରିଛି ।

Leave a Reply

Your email address will not be published. Required fields are marked *