ଧାନ ବୋଝେଇ ଟ୍ରକ କୁ ପିଟିଲା ବୋଲେରୋ , ଘଟଣା ସ୍ଥଳରେ ୪ ଜଣଙ୍କର ମୁର୍ତ୍ୟୁ ୭ ଗୁରୁତର

ଧାନ ବୋଝେଇ ଟ୍ରକ କୁ ପିଟିଲା ବୋଲେରୋ , ଘଟଣା ସ୍ଥଳରେ ୪ ଜଣଂକର ମୃତ୍ୟୁ ହୋଇଥିବା ବେଳେ ୭ ଗୁରୁତର ହୋଇଥିବା ଜଣାପଡିଛି

ବିଳମ୍ବିତ ରାତିରେ କେସିଙ୍ଗା ଥାନା ଅନ୍ତର୍ଗତ ଏନ ଚ ୨୧୭ ଅମାଠ ଏମ୍ ରାମପୁର ଦେଇ ଯାଇଥିବା ରାଜପଥ ତୁର୍ଳାଖମନ ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ଜଣକଙ୍କ ମୃତ୍ୟୁ ହୋଇଥିବାବେଳେ ୭ ଗୁରୁତର ଆହତ ହୋଇଛନ୍ତି।
ତେବେ ଯାହା ସୂଚନା ମିଳିଛି OD 03 M 3170 ନମ୍ବର ର ବୋଲେରୋ ଟି ତିତକେଲା ଠାରୁ ପିପଲପଦର କୁ ବରଯାତ୍ରୀ ଯାଇ ଫେରୁଥିବା ବେଳେ
ବିଳମ୍ବିତ ରାତିରେ ଏକ ଧାନ ବୋଝେଇ ଟ୍ରକ ଯାହାର ନମ୍ୱର୍ C G 04 G 6541 କୁ ମୁହାଁମୁହିଁ ଧକ୍କା ଦେଇଥିଲା,
ଫଳରେ ଘଟଣା ସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
୭ ଗୁରୁତର ଙ୍କୁ ପ୍ରଥମେ କେସିଙ୍ଗା ହସ୍ପିଟାଲରେ ଚିକିତ୍ସା ପରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଦୁର୍ଘଟଣା ଗ୍ରସ୍ତ ଗାଡି ରେ ଜଣେ ଶିଶୁ ଥିବାବେଳେ
ଗୁରୁତର ଆହତ ଶିଶୁ କୁ ବୁର୍ଲା ମେଡ଼ିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।
ମୃତକ ମାନଙ୍କ ମଧ୍ୟରେ ୩ ମହିଳା ଓ ଜଣେ ପୁରୁଷ ରହିଛନ୍ତି।
ତେବେ ବୋଲେରୋ ରେ ସମୁଦାୟ ୧୧ ଜଣ ଯାତ୍ରୀ ଥିଲେ ବ ବୋଲି ସୁଚନା ମିଳିଛି ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣା ର ତଦନ୍ତ କରୁଛି …

Leave a Reply

Your email address will not be published. Required fields are marked *