କେତେ ଭୟଙ୍କର କରୋନାର ଡେଲଟାକ୍ରନ: ବୈଜ୍ଞାନିକ ଦେଲେ ଚେତାବନୀ

ନୂଆଦିଲ୍ଲୀ:ଭାରତୀୟ ବୈଜ୍ଞାନିକ ମାନେ କହିଛନ୍ତି ଯେ, କୋରୋନାର ନୂଆ ଭାରିଏଣ୍ଟ ଓ କୋରୋନାର ମ୍ୟୁଟାଣ୍ଟ ମଧ୍ୟରେ ଅନେକ ପ୍ରଭେଦ ରହିଛି। ମ୍ୟୁଟେସନ ଏବଂ ପରିସ୍ଥିତି ହେତୁ ଭୂତାଣୁ ମଧ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ। ଯେତେବେଳେ କି ତଥାକଥିତ ଡେଲଟାକ୍ରନକୁ ବିଭିନ୍ନ ଭୂତାଣୁର ମିଶ୍ରଣରେ ଗଠିତ ଏକ ନୂତନ ଭୂତାଣୁ ବୋଲି ବର୍ଣ୍ଣନା କରାଯାଏ । ବର୍ତ୍ତମାନ ଏହା ବିଷୟରେ ସଠିକ୍ ଭାବେ କିଛି କୁହାଯାଇ ପାରିବନାହିଁ। ଏଥିପାଇଁ ଏହାର କ୍ଲିନିକାଲ୍ ଅନୁସନ୍ଧାନ କରିବାକୁ ପଡିବ, ଏହାର ବିସ୍ତାରତା ଯାଞ୍ଚ କରିବାକୁ, ମହାମାରୀ ତଥ୍ୟ ଦେଖିବାକୁ ପଡ଼ିବ। କେବଳ ସେତେବେଳେ ହିଁ ଏହି ଭୂତାଣୁ ବିଷୟରେ ସଠିକ୍ ଭାବେ କହିପାରିବା। ସାରାବିଶ୍ୱରୁ କୋରୋନା ମହାମାରୀ ସରିନି। ବରଂ ଦିନକୁ ଦିନ କୋରୋନା ନୂଆ ଭାରିଏଣ୍ଟ ନେଇ ସାମ୍ନାକୁ ଆସୁଛି। କୋରୋନାର ଓମିକ୍ରନର ପ୍ରକୋପ ଏବେ ସୁଦ୍ଧା ସରିନଥିବା ବେଳେ ସାମ୍ନାକୁ ଆସିଲାଣି ନୂଆ ଭାରିଏଣ୍ଟ ଡେଲଟାକ୍ରନ। କାରଣ ଏବେ ବ୍ରିଟେନ, ଆମେରିକା ଏବଂ ଅଷ୍ଟ୍ରେଲିଆରେ ମାରାତ୍ମକ ଡେଲଟାକ୍ରନକୁ ନେଇ କେତେକ ମାମଲା ଦେଖିବାକୁ ମିଳିଛି। ହେଲେ ଏଥିରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି । କିନ୍ତୁ ଏହି ଡେଲଟାକ୍ରନକୁ ନେଇ ବୈଜ୍ଞାନିକମାନେ ସତର୍କ ହୋଇପଡି଼ଛନ୍ତି।

Leave a Reply

Your email address will not be published. Required fields are marked *