ପ୍ରଥମ ଟି-୨୦ ପାଇଁ ଟିମ୍‌ ଇଣ୍ଡିଆର ପ୍ଲେଇଂ ଏକାଦଶ ଚୂଡ଼ାନ୍ତ!

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚର ଟି୨୦ ଫେବ୍ରୁଆରୀ ୨୪ ତାରିଖ ଠାରୁ ଲକ୍ଷ୍ନୌରେ ଖେଳାଯିବ। ଭାରତ ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚର ଟି୨୦ ଶୃଙ୍ଖଳାକୁ ୩-୦ରେ ଜିତିଛି। ଏବେ ଶ୍ରୀଲଙ୍କାକୁ ମଧ୍ୟ ୩-୦ରେ ପରାସ୍ତ କରିବାକୁ ରୋହିତ ଶର୍ମାଙ୍କ ଟିମ୍‌ ରଣନୀତି ପ୍ରସ୍ତୁତ କରୁଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିରାଟ କୋହଲି ଓ ଋଷଭ ପନ୍ତ ଖେଳିବେ ନାହିଁ। ଶ୍ରୀଲଙ୍କା ବିପକ୍ଷ ଟି୨୦ ମ୍ୟାଚରେ ଭାରତ ଚୂଡ଼ାନ୍ତ ଏକାଦଶରେ ଯେକୌଣସି ଭାବେ ୨ ଜଣ ଖେଳାଳିଙ୍କୁ ବାହାର କରିବେ। ପ୍ରଥମ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ହେବ। ଈଶାନ କିଶନଙ୍କୁ ରୋହିତ ଶର୍ମା ଓପନର ଭାବେ ପୁଣି ଥରେ ପଠାଇବେ। କାରଣ ଏହି ଯୁବ କ୍ରିକେଟର ନିଜର ଉଦ୍ୟମରେ ଭାରତକୁ ବିଜୟ ଦେଇପାରନ୍ତି। କାରଣ ସେ ଏବେ ଭଲ ଫର୍ମରେ ଅଛନ୍ତି। ଅନ୍ୟପଟରେ ସେ ଜଣେ ବିସ୍ଫୋରକ ବ୍ୟାଟର ସହିତ ଭଲ ୱିକେଟକିପର। କେଏଲ ରାହୁଲ ବାହାରି ଯାଇଛନ୍ତି। ତେଣୁ ରୋହିତ ଶର୍ମାଙ୍କ ସହିତ ଈଶାନ ଓପନିଂ କରିବେ। ଈଶାନ ଯେତେବେଳେ କ୍ରିଜକୁ ଆସିଥାନ୍ତି, ବଡ଼ ବଡ଼ ବୋଲରଙ୍କ ଚିନ୍ତା ବଢ଼ାଇ ଦେଇଥାନ୍ତି। ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ  ଖେଳୁ ନଥିବାରୁ ତାଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନଙ୍କୁ ସୁଯୋଗ ମିଳିପାରେ। ଭଲ ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ୪, ଭେଙ୍କଟେଶ ଆୟର ୫, ରବୀନ୍ଦ୍ର ଜାଦେଜା ୬ଷ୍ଠ ଓ ତାଙ୍କ ପରେ ଦୀପକ ଚାହରଙ୍କୁ ୭ମ ସ୍ଥାନରେ ଖେଳିବାକୁ ସୁଯୋଗ ମିଳିପାରେ। ଶ୍ରେୟସ ଆୟର ଓ ଭୁବନେଶ୍ବର କୁମାରଙ୍କୁ ବାହାରେ ବସିବାକୁ ପଡ଼ିପାରେ।

Leave a Reply

Your email address will not be published. Required fields are marked *