ଦିନକୁ ଖାଆନ୍ତୁ ମୁଠାଏ ଆଲମଣ୍ଡ

ବାଦାମରେ ଥିବା ମ୍ୟାଗ୍ନେସିୟମ୍ ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭପ୍ରଦ। ଏହାବ୍ୟତୀତ ଆଲମଣ୍ଡ୍ ମାନସିକ ବିକାଶ, କେଶ ସମସ୍ୟା, ତ୍ୱଚାରେ ଚମକ ଆଣିବାରେ ସହାୟକ ହୁଏ।ନିୟମିତ ଆଲମଣ୍ଡ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ଓଜନ ବଢ଼ିନଥାଏ। ଆଲମଣ୍ଡ ଖାଇବା ଦ୍ୱାରା ଅଧିକ ସମୟ ପାଇଁ ଭୋକ ଲାଗିନଥାଏ, ଫଳରେ ଆପଣଙ୍କୁ ଇଆଡ଼ୁସିଆଡ଼ୁ ଖାଇବାକୁ ଅନିଛା ପ୍ରକାଶ କରିଥାଆନ୍ତି, ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ରାତିରେ ୧୦ରୁ ୧୨ଟି ଆଲମଣ୍ଡକୁ ପାଣିରେ ଭିଜାଇ ସକାଳୁ ଖାଇବା ଦ୍ୱାରା ଶରୀରକୁ ଅନେକ ପୋଷଣ ମିଳିଥାଏ। ତେଣୁ ଦୈନିକ ଆହାରରେ ମୁଠାଏ ଆଲମଣ୍ଡ ମିଶାନ୍ତୁ।ଏହାସହ ଆଲମଣ୍ଡ ଫୋଲେଟ୍‌ର ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯାହାକି ଶରୀରରେ ରୋଗ ପ୍ରତିରୋଧକ ପ୍ରଣାଳୀକୁ ସ୍ୱାଭାବିକ ଢଙ୍ଗରେ କାମ କରିବାରେ ସାହାଯ୍ୟ କରିଥାଏ।

Leave a Reply

Your email address will not be published. Required fields are marked *